ଛତ୍ରପୁର ବିଧାୟକଙ୍କ ସମୀକ୍ଷା ବୈଠକ , ବର୍ଷା ପୂର୍ବରୁ ରାସ୍ତାକାମ ସାରିବା ପାଇଁ -ବିଧାୟକ ଙ୍କ ନିର୍ଦ୍ଧେଶ ।

ଛତ୍ରପୁର : ୧୦.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଛତ୍ରପୁର ସ୍ଥିତ ସର୍କିଟ ହାଉସ ପରିସରରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ସମେତ ଛତ୍ରପୁର ଏବଂ ଗଞ୍ଜାମ ବ୍ଲକର ବିଡ଼ିଓ ଏବଂ ଛତ୍ରପୁର ନିର୍ବାଚନମଣ୍ଡଳୀର ତିନୋଟି ଏନ ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଉପସ୍ଥିତ ଥିଲେ ବିଶେଷ କରି ଛତ୍ରପୁର ନିର୍ବାଚନ ମଣ୍ଡଳୀରେ ଥିବା ରାସ୍ତା ନିର୍ମାଣ ଓ ମରାମତି କାର୍ଯ୍ୟ ସହ ବିଭିନ୍ନ ବିଭାଗର ରାସ୍ତା ହସ୍ତାନ୍ତର ପ୍ରକ୍ରିୟା ବିଷୟରେ ଏହି ବୈଠକରେ ଆଲୋଚନା କରାଯାଇଥିଲା। ନିର୍ବାଚନ ମଣ୍ଡଳୀରେ ଚାଲିଥିବା ବିଭିନ୍ନ ରାସ୍ତା କାମ ଗୁଡିକର ଵର୍ତ୍ତମାନର ସ୍ଥିତି କଣ ରହିଛି ୨୦୨୪-୨୫ ଆର୍ଥିକ ବର୍ଷରେ କେତେ ରାସ୍ତା କାମ ସମ୍ପୂର୍ଣ ହୋଇଛି ଏହି ସବୁର ରିପୋର୍ଟ ଉପସ୍ଥିତ ଅଧିକାରୀ ମାନଙ୍କୁ ମାଗିବା ସହ।ବର୍ଷା ଦିନଆସିବା ପୂର୍ବରୁ ସମସ୍ତ ରାସ୍ତା କାମ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟ କରିବାକୁ ବିଧାୟକ ନିର୍ଦେଶ ଦେଇଥିଲେ। ଏହା ସହ ବ୍ଲକ ଏବଂ ଏନ ଏସି ଆଗାମୀ ଦିନରେ ହେବାକୁ ଥିବା ରାସ୍ତା ଗୁଡ଼ିକ ଗୃହ ଉନ୍ନୟନ ଏବଂ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇ କିପରି ତ୍ୱରିତ କରାଯିବ ଏବଂ ପ୍ରତ୍ୟେକ ରାସ୍ତା ନିର୍ମାଣ କାର୍ୟ୍ୟର ଗୁଣବତ୍ତାକୁ ବିଭାଗ ଯାଞ୍ଚ କରାଯିବ ଏବଂ ନିମ୍ନ ମାନର କାର୍ଯ୍ୟ ପାଇଁ ଦାୟିତ୍ୱରେ ଥିବା ଯନ୍ତ୍ରୀଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ନିର୍ମାଣ କାର୍ଯ୍ୟରେ କୌଣସି ପ୍ରକାର ଜନଅସନ୍ତୋଷକୁ ବରଦାସ୍ତ କରାଯିବ ନାହିଁ ତେଣୁ ବିଭାଗର ସମସ୍ତ ଅଧିକାରୀ ଓ କର୍ମଚାରୀ ସଜାଗ ହୋଇ ତ୍ୱରିତ ବେଗରେ କାର୍ଯ୍ୟ ଆଗେଇ ନେବା ପାଇଁ ବିଧାୟକ ନିର୍ଦ୍ଧେଶ ଦେଇଥିଲେ ସେହି ପରି ଜଳସେଚନ ବିଭାଗରେ ଚାଲିଥିବା ବିଭିନ୍ନ ପ୍ରକଳ୍ପର କାର୍ଯ୍ୟ କିଭଳି ବର୍ଷା ଦିନ ପୂର୍ବରୁ ସରିବ ସେ ନେଇ ମଧ୍ୟ ଉପସ୍ଥିତ ଯନ୍ତ୍ରୀଙ୍କ ସହ ପାଇଁ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ ସେହିପରି ପ୍ରତ୍ୟକ ମାସରେ ଏହିଭଳି ସମସ୍ତ ବିଭାଗକୁ ନେଇ ସମୀକ୍ଷା ବୈଠକ କରାଯିବା ସହ ଉନ୍ନତି ଦିଗରେ କାର୍ଯ୍ୟ କରାଯିବ ବୋଲି ବିଧାୟକ କହିଥିଲେ।

Leave a Reply

Your email address will not be published. Required fields are marked *