ଭାରତୀୟ ତଟ ରକ୍ଷକ ତରଫରୁ ପାରାଦୀପ ଠାରେ ରାଜ୍ୟସ୍ତରୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କାର୍ୟଶାଳା ର ଆୟୋଜନ

ପାରାଦୀପ, ୦୯ ଏପ୍ରିଲ୍: ଭାରତୀୟ ତଟ ରକ୍ଷକ ମୁଖ୍ୟାଳୟ, ଜିଲ୍ଲା ସଂଖ୍ୟା ୭(ଓଡିଶା) ଦ୍ୱାରା ଦୁଇଦିନିଆ ରାଜ୍ୟସ୍ତରୀୟ ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କାର୍ୟଶାଳା ର (M-SAR) ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ୦୮ ଓ ୦୯ ଏପ୍ରିଲ୍ ୨୫ ରେ ପାରାଦୀପରେ ଅନୁଷ୍ଠିତ ହୋଇଥିଲା l
ଏହି କାର୍ଯ୍ୟାଳୟରେ ଓଡିଶା ରାଜ୍ୟର ବିଭିନ୍ନ ସୁରକ୍ଷା ଓ ଉଦ୍ଧାର ବିଭାଗ ମାନେ ଅଂଶଗ୍ରହଣ କରିଥିଲେ, ଯଥା ଓଡିଶା ରାଜ୍ୟ ବିପର୍ଯ୍ୟୟ ବ୍ୟବସ୍ଥାପନ ପ୍ରାଧିକରଣ (OSDMA), ପାରାଦୀପ ବନ୍ଦର ପ୍ରାଧିକରଣ, ମତ୍ସ୍ୟ ବିଭାଗ, କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ, ଓଡିଶା ଆରକ୍ଷୀ ବାହିନୀ, ସାମୁଦ୍ରିକ ଆରକ୍ଷୀ ବାହିନୀ, ବନ ବିଭାଗ ଓ ଅନ୍ୟ ବେସରକାରୀ ସଂସ୍ଥା
ଭାରତୀୟ ତଟ ରକ୍ଷକ ଦେଶର ସାମୁଦ୍ରିକ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ର ଅଗ୍ରଣୀ ବିଭାଗ ଭାବେ କାର୍ଯ୍ୟ କରେ। ଏହି କାର୍ୟଶାଳ ର ଲକ୍ଷ୍ୟ ବିଭିନ୍ନ ବିଭାଗ ମଧ୍ୟରେ ସହଯୋଗ ,ମାନକ କାର୍ଯ ପ୍ରଣାଳୀ ବିଷୟରେ ପୁନଃଆଲୋଚନା କରି ଏକ ଉତ୍ତମ ସହଯୋଗିତା ସୃଷ୍ଟି କରିବା।ଏହି କାର୍ଯ୍ୟଶାଳାର କୁ ତଟ ରକ୍ଷକ କମାଣ୍ଡର (ଓଡ଼ିଶା) ଉପ ମହାନିରିକ୍ଷକ ସଂଜୟ ନେଗି ଉଦ୍ଘାଟନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ ଏଜେନ୍ସିମାନେ ଏହି କାର୍ଯକ୍ରମ ରେ ଅଂଶଗ୍ରହଣ କରି ତାଙ୍କର ଭୂମିକା, ପ୍ରତିକ୍ରିୟା ଓ ଉଦ୍ଧାର କ୍ଷମତା ବୃଦ୍ଧି କରିପାରିବେ ବୋଲି ଉଲ୍ଲେଖ କରିଥିଲେ। ଏହି ପ୍ରକାରର କାର୍ଯ୍ୟକ୍ରମ ସାମୁଦ୍ରିକ ଅପତ୍ତା ପରିସ୍ଥିତିରେ ଏକ ଏକତାବଦ୍ଧ ଉଦ୍ୟମ ଦ୍ୱାରା ଜୀବ ଓ ସମ୍ପତ୍ତି ରକ୍ଷା କରିବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିବାହ କରିବା ବୋଲି ଉଲ୍ଲେଖ କରିଥିଲେ।
ପ୍ରଥମ ଦିନରେ ବିଭିନ୍ନ ଏଜେନ୍ସିଙ୍କ ଦ୍ୱାରା ସନ୍ଧାନ ଓ ଉଦ୍ଧାର ସମ୍ପର୍କିତ ପ୍ରସ୍ତୁତି, ଉପକରଣ, ପ୍ରତିକ୍ରିୟା ବ୍ୟବସ୍ଥା ଓ ନୂତନ ପ୍ରଯୁକ୍ତି ସମ୍ପର୍କରେ ପ୍ରସ୍ତୁତି ଦିଆଯାଇଥିଲା। ଦ୍ୱିତୀୟ ଦିନ ଏକ ଟେବୁଲ୍ ଟପ୍ ଅଭ୍ୟାସ ଆୟୋଜିତ ହୋଇଥିଲା, ଯାହା ମାଧ୍ୟମରେ ବିଭିନ୍ନ ଏଜେନ୍ସି ଏକତାବଦ୍ଧ ଭାବେ କିପରି ସନ୍ଧାନ ଓ ଉଦ୍ଧାର ଅଭିଯାନ କରିପାରିବେ ତାହାର ଅନୁଭୂତି ଦିଆଯାଇଥିଲା। ପାରାଦ୍ଵୀପ ରୁ ପୁରୁଷୋତ୍ତମ ଶତପଥୀ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *