ଓଲଟିଲା ପତ୍ର କୋବି ଟ୍ରକ ।

ଗଞ୍ଜାମ: ୧୦.୦୪.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ଥାନା ଅନ୍ତର୍ଗତ ଜୟଶ୍ରୀ ଛକ ଷୋହଳ ନମ୍ବର ଜାତୟ ରାଜପଥରେ ଗୁରୁବାର ଅପରାହ୍ନରେ ଏକ ପତ୍ରକୋବି ବୋଝେଇ ଟ୍ରକ ଓଲଟି ପଡିଥିଲା। ଟ୍ରକଟି ସମ୍ପୂର୍ଣ ରାସ୍ତାରେ ଓଲଟି ପଡ଼ିଥିବା ଯୋଗୁ ଟ୍ରକ ବସ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ଖବର ପାଇ ଗଞ୍ଜାମ ଥାନା ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ବାଇଁ, ଅନନ୍ତ ରାଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଗାଡି ଓ ବସ ଅନ୍ୟ ରୋଡରେ ଛାଡିଥିଲେ l ଏକ ଅଟୋକୁ ଓଭରଟେକ କରି ଡ୍ରାଇଭର ହଠାତ୍ ବ୍ରେକ ଦେଇଦେଇଥିଲେ। ଫଳରେ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାରେ ଓଲଟି ପଡିଥିଲା l ଏଥିରେ ଡ୍ରାଇଭର ସାମନ୍ୟ ଆହତ ହୋଇଥିବା ଜଣାପଡିଛି l ଦୁର୍ଘଟଣାଗ୍ରସ୍ତ ଟ୍ରକଟି ବ୍ରହ୍ମପୁରରୁ ଭୁବନେଶ୍ୱର ଯାଉଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା l ଗାଡ଼ିରେ ପତ୍ରକୋବି, ଫୁଲକୋବି ଓ ସିମଳା ମିର୍ଚ୍ଚ ଥିବା ଅଛି ବୋଲି ସେକେଣ୍ଡ ଅଫିସର ଅନିରୁଦ୍ଧ ସ୍ବାଇଁ କହିଛନ୍ତି ।

Leave a Reply

Your email address will not be published. Required fields are marked *