ବସୁଧା ଯୋଜନା ରୁ ଆସୁନି ପାଣିଟୋପାଏ ପାଣି ପାଇଁ ଡହଳ ବିକଳ ହେଲେ ଅଞ୍ଚଳ ବାସୀ।

ଛତ୍ରପୁର : ୧୦.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଭାରତ ମୁକ୍ତି ମୋର୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚା ପକ୍ଷରୁ ୬ ଦଫା ଦାବୀ ନେଇ ବୁଧବାର ଗଞ୍ଜାମ ଜ଼ିଲ୍ଲା ଛତ୍ରପୁର ଠାରେ ଜେଲ ଭରୋ ଆନ୍ଦୋଳନ କରାଯାଇଛି l ଭାରତ ବର୍ଷରେ ସମସ୍ତ ରାଜ୍ୟରେ ଇଭିଏମ ହଟାଇ ବାଲଟ ପେପରରେ ନିର୍ବାଚନ ପ୍ରକିୟା କରିବା, ଓବିସି ଙ୍କ ପାଇଁ ଜାତି ଜନଗଣନା କରାଯିବା, ମହାପୁରୁଷଙ୍କୁ ଅବମାନନାକୁ ବିରୋଧ ସହ ଏହା ବନ୍ଦ କରିବା, ମହାବୋଧି ମହାବୀର ର ମୁକ୍ତି, ୱକ୍ତ ସଂଶୋଧନ ବିଲ -୨୦୨୫ ପ୍ରତ୍ୟାହାର ଏବଂ ବହୁଜନ ସମାଜ ସମ୍ପର୍କୀୟ ସ୍ଥାନୀୟ ସମସ୍ୟା ସମାଧାନ ଦାବୀ କରାଯାଇଛି l ପ୍ରାରମ୍ଭ ରେ ଭାରତ ମୁକ୍ତି ମୋର୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚାର ସଦସ୍ୟ ମାନେ ଛତ୍ରପୁର ସ୍ଥିତ ଡିଆରଡିଏ ଛକରୁ ଏକ ରାଲିରେ ବାହାରି ଜ଼ିଲ୍ଲାପାଳଙ୍କ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ଏଥିରେ ଜ଼ିଲ୍ଲା ସଭାପତି ସୁମା ଦାସ, ଓବିସି ମୋର୍ଚା ର ସଂଯୋଜକ ବିଜୟ ସ୍ବାଇଁ, ସିମାଞ୍ଚଳ ନାହାକ, ରାଜେନ୍ଦ୍ର ବେହେରା, ଜଗନ୍ନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ l

Leave a Reply

Your email address will not be published. Required fields are marked *