ଧର୍ମପ୍ରାଣା ମହିଳାଙ୍କ ପରଲୋକ 

ଚଣ୍ଡିଖୋଲ ୧୧/୪(କ ବ୍ୟୁ) ମାହାଙ୍ଗା ବ୍ଲକ ଅନ୍ତର୍ଗତ  ଇତୁକୁରା ଗ୍ରାମର ବିଶିଷ୍ଟ ସମାଜସେବୀ ସ୍ବର୍ଗତ ଅଲେଖ ଚନ୍ଦ୍ର ରାଉତ ଙ୍କ ଧର୍ମ ପତ୍ନୀ ମାଳତୀ ରାଉତ ( ୮୨) ଙ୍କର ବର୍ଦ୍ଧକ୍ୟ ଜନିତ ରୋଗ ରେ ଆକ୍ରାନ୍ତ ହୋଇ ନିଜ ବାସଭବନରେ  ଇହଲୀଳା ସମ୍ବରଣ କରିଛନ୍ତି। ସେ ଜଣେ ଧର୍ମ ପ୍ରାଣା, ପରୋପକାରୀ, ସ୍ନେହିଁ, ବନ୍ଧୁବତ୍ସଳା, ଦରଦି ହୃଦୟର ମହିଳା ଥିଲେ। ମୁତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠ ପୁତ୍ର ଉପେନ୍ଦ୍ର ନାଥ ରାଉତ, ବୋହୂ ସ୍ମିତଭାସିନୀ ରାଉତ, ପୂତ୍ର ନିରଂଜନ ରାଉତ, ହରିହର ରାଉତ, ରଞ୍ଜନ ରାଉତ, ନାତି ସାଇସୁମନ, ଶୁଭଙ୍କର, ଭବାନୀଶଙ୍କର, ସୌମ୍ୟ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ,ପ୍ରସନ୍ନ କୁମାର ବିଶ୍ବାଳ, ଦଶରଥ ସାମଲ, ଅକ୍ଷୟ କୁମାର ନାୟକ, ଅମୂଲ୍ୟ କୁମାର ପରିଡା, ଚକ୍ରଧରର ନାୟକ, ସୁଶାନ୍ତ କୁମାର ମହାନ୍ତି, ଶଙ୍କର୍ଷଣ ସେଠୀ, ଅମିୟ କୁମାର ରାଉତରାୟ, ଚିତ୍ତ ରଂଜନ ଆଚାର୍ଯ୍ୟ, ପ୍ରଦୀପ କୁମାର ରାଉତ,ଅଜୟ ସାମଲ ଶୁଶାନ୍ତ କୁମାର ବାରିକ, ଦାମୋଦର ରାଉତ, କଳ୍ପନା ଧଳ, ରିତାଞ୍ଜଳି ବେହେରା, କାନନ ବlଳା ସ୍ୱାଇଁ,ମଧୁସ୍ମିତା ମହାନ୍ତି, ଅନନ୍ତ ଦାସ, ବିପ୍ର ଚରଣ ସାମଲ କପିଳ ଚରଣ ସାମଲ , ସଞ୍ଜୟ କୁମାର ସିଂହ, ପ୍ରମୋଦ କୁମାର ସିଂହ, ପ୍ରଦୀପ୍ତ କୁମାର ରାଉତରାୟ ମନୋରଞ୍ଜନ ସାମଲ ପ୍ରମୁଖ ଗଭୀର ଶୋକ ପ୍ରକଟ କରିବା ସହିତ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ ସମବେଦନା ଜଣାଇଛନ୍ତି। ଏକ ମାତ୍ର ପୁତ୍ର ଉପେନ୍ଦ୍ର ମୁଖଗ୍ନୀ ଦେଇଥିଲେ।

Leave a Reply

Your email address will not be published. Required fields are marked *