
କଟକ ତା ୦୮-୦୪-୨୦୨୫ ରିଖ ରାଣୀ ଲକ୍ଷ୍ମୀ ବାଈ ମହାସଂଘ ପକ୍ଷରୁ ଜଳ ବିତରଣ କେନ୍ଦ୍ର ଉଦଘାଟ ହୋଇଯାଇଛି।ଅସହ୍ୟ ଗ୍ରୀଷ୍ମ ସାଙ୍ଗକୁ ପାନୀୟ ଜଳର ଉତ୍କଟ ଅଭାବ ଦେଖି ରାଣୀ ଲକ୍ଷ୍ମୀ ବାଈ ମହାସଂଘ ପକ୍ଷରୁ ସ୍ଥାନୀୟ ୪୧ ନମ୍ବର ଓ୍ବାଡ ଅନ୍ତର୍ଗତ ଯୋବ୍ରା ଲକ୍ଷ୍ମୀ ବଜାର ଛକରେ ସ୍ଥାନୀୟ ଅଂଚଳର କର୍ପୋରେଟର ସ୍ବର୍ଣ୍ଣପ୍ରଭା ପଶାୟତ ଏହି ଜଳ ବିତରଣ କେନ୍ଦ୍ରକୁ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସଭାନେତ୍ରୀ କବିତା ବେହେରା,ସହ ସମ୍ପାଦିକା କବିତା ମହାନ୍ତି, ସାଧାରଣ ସଂପାଦିକା କମଳିନୀ ବେହେରା, ସମ୍ପାଦିକା ଚିନ୍ମୟୀ ବେହେରା, କୋଷାଧ୍ୟକ୍ଷ ମିନାକ୍ଷୀ ସାହୁ,ସହ ସହ ସଭାପତି ସୁପ୍ରିତୀ ରାୟଙ୍କ ସହିତ ୪୧ନମ୍ବର ଓ୍ବାଡର ଅନେକ ବୁଦ୍ଧିଜୀବୀ ଓ କର୍ମ କର୍ତ୍ତା ଉପସ୍ଥିତ ରହି ଏହି ମହତ କାମକୁ ଉଚ୍ଚ ପ୍ରଶଂସିତ କରିଥିଲେ।