

କଟକ ତା ୦୮-୦୪-୨୦୨୫ ରିଖ କଟକ ମାରୱାଡ଼ୀ ସମାଜ ଚେୟାରମ୍ୟାନ ଗଣେଶ ପ୍ରସାଦ କନ୍ଦୋଇ ସତ୍ୟନାରାୟଣ ଭଗବାନଙ୍କର ସାକ୍ଷୀରେ ନାରିୟେଲ ପଢାରି ସମାଜର ପକ୍ଷର ଆଜି ଉଦଘାଟନ ଏକ ଜଳ ବିତରଣ କେନ୍ଦ୍ର ଉଦଘାଟ କରିଥିଲେ। ଅସହ୍ୟ ଗ୍ରୀଷ୍ମ ସାଙ୍ଗକୁ ପାନୀୟ ଜଳର ଉତ୍କଟ ଅଭାବ ଦେଖି କଟକ ମାରୱାଡ଼ୀ ସମାଜ ବିଭିନ୍ନ ସେବା ଯୋଗାଇ ଦେଇଥିବାରୁ ଉଚ୍ଚ ପ୍ରଶଂସିତ ହୋଇଥାଏ। ଆଜି ”ଶ୍ରୀ ସତ୍ୟନାରାୟଣ ମନ୍ଦିର” ନିକଟରେ ଏକ “ଶୀତଳ ପାନିୟ ଜଳ ବିତରଣ କେନ୍ଦ୍ର ” ଆରମ୍ଭ କରୁଛି।ଏହି ଶିବିର ଆଗାମୀ ଗ୍ରୀଷ୍ମ ପ୍ରବାହ ସରିବା ଯାଏଁ ଚାଲୁ ରହିବ ବୋଲି ସମାଜ ପକ୍ଷରୁ କୁହାଯାଇଛି। ଶିବିରର ଉଦଘାଟନ ସମୟରେ କଟକ ମାରୱାଡ଼ୀ ସମାଜର ଅଧ୍ୟକ୍ଷ ସଂଜୟ ଶର୍ମା, ବୃହତ ସଲାହକାର ଦେବକୀନାନ୍ଦନ ଯୋଷୀ, ମୋହନଲାଲ ସିଂହୀ, ସତ୍ୟନାରାୟଣ ଭରାଲେୱାଳା, ମହାସଚିବ ଶଂକର ଗୁପ୍ତା, ଉପଧ୍ୟକ୍ଷ ନିର୍ମଳ ମୋଦୀ, ସତୀଶ ଗୋୟଙ୍କା, ବିଜୟ ଅଗରୱାଳ, ବିନୋଦ ସରାଗୀ, ସୁରେଶ ପୋଦ୍ଦାର, ଦିନେଶ ଯୋଷୀ, ହନୁମାନ ସିଂହୀ, କାର୍ଯ୍ୟକାରିଣୀର ସଦସ୍ୟ ସୁରେଶ ବଥୱାଲ – ବଣ୍ଟୁ, ଅଶୋକ ଚୋବେ, ନିର୍ମଳ ପୂର୍ବା, କିଶନ ଶର୍ମା, ଅମିତ ଶର୍ମା – ପିଣ୍ଟୁ, ପବନ ଚଉଧୁରୀ, ସୁନୀଲ ସାଙ୍ଗାନେରିଆ – ପପ୍ପୁ, ସୁଭାସ କେଡ଼ିଆ, ଶ୍ୟାମସୁନ୍ଦର ମୋଡା, ସମ୍ପତ୍ତୀ ମୋଡା, ଶ୍ରୀମତୀ କଳ୍ପନା ଜେନ, ଶ୍ରୀମତୀ ନୀଲମ ସାହା, ଅନୁରାଧା ଶର୍ମା, ଓମପ୍ରକାଶ ଶର୍ମା, ସଂଜୟ ପଟ୍ୱାରୀ, ପ୍ରେମ ପାରିକ, ବିଜୟ ମୋଦୀ, ସୁଶୀଳ ଶର୍ମା ଇତ୍ୟାଦି ଉପସ୍ଥିତ ଥିଲେ। ଅଧ୍ୟକ୍ଷ ସଂଜୟ ଶର୍ମା କହିଥିଲେ ଯେ କଟକ ମାରୱାଡ଼ୀ ସମାଜ ଆଜି ପର୍ଯ୍ୟନ୍ତ ସମାଜସେବା କ୍ଷେତ୍ରରେ କଟକ ସହରରେ କାମ କରିଛି। ଯୁବ ଶକ୍ତିକୁ ଅନୁରୋଧ କରିଛନ୍ତି ଯେ ନିତ୍ୟ ଜଳ ବିତରଣ କେନ୍ଦ୍ର ରେ ଉପସ୍ଥିତ ରହି ସାଧାରଣଙ୍କୁ ସେବା ପ୍ରଦାନ କରିବାକୁ ଅନୁଷ୍ଠାନ ପକ୍ଷରୁ ନିବେଦନ କରାଯାଇଛି ।