
ରମ୍ଭା : ୦୪.୦୪.୨୫
(ମିଥୁନ ବାରିକ୍)
ରମ୍ଭା : ରାମଗଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପାଲୁର କ୍ଳଷ୍ଟର ଅଧିନସ୍ଥ ପ୍ରୟାଗୀ ପ୍ରାଥମିକ ବିଦ୍ୟାଳୟରେ ଗଞ୍ଜାମ ବ୍ଲକ ସ୍ତରୀୟ ପ୍ରବେଶ
ଉତ୍ସବ ଓ ଖଡ଼ିଛୁଆଁ ଶିଶୁବାଟିକା କାର୍ଯ୍ୟକ୍ରମ- ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସଞ୍ଜୟ କୁମାର ଗୌଡଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ସମ୍ମାନୀତ ଅତିଥି ଭାବେ ଗଞ୍ଜାମ ବିଡ଼ିଓ ଅଚ୍ୟୁତାନନ୍ଦ
ଜାନି,ଗଞ୍ଜାମ ବ୍ଲକ ଏମଏଲଏ ପ୍ରତିନିଧି ମାନସ ରଞ୍ଜନ ନାହାକ,ଏବିଇଓ ତଥା ବିଆରସିସି ବିଜୟ କୁମାର ବେହେରା, ଏବିଇଓ ସଂଯୁକ୍ତା କୁମାରୀ ବେହେରା, ଏବିଇଓ ବିନୀତା କୁମାରୀ ମିଶ୍ର, ରାମଗଡ଼ ଗ୍ରାମ ପଞ୍ଚାୟତର ସରପଞ୍ଚ ସନ୍ତୋଷିନୀ ବେହେରା, ପ୍ରୟାଗି ଗ୍ରାମ୍ୟ ସଭାପତି ସତ୍ୟବାନ ଗୌଡ, ଅଳେଶ୍ୱର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ପଲେଇ, ଶିକ୍ଷାବିତ ଅମୂଲ୍ୟ କୁମାର ଦଳେଇ ଏବଂ ମୁଖ୍ୟବକ୍ତା ଭାବେ ଗଞ୍ଜାମ ବ୍ଲକ ଶିକ୍ଷା ଅଧିକାରୀ ସୁଚିତ୍ରା ପାଣିଗ୍ରାହୀ ପ୍ରମୁଖ ଯୋଗଦେଇ ବାଲ ବାଟିକା ଶ୍ରେଣୀ ନିମନ୍ତେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳନର
ତାପ୍ତର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ସର୍ବ ପ୍ରଥମେ ଗଞ୍ଜାମ ବ୍ଲକର ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଦିବସ ପାଳନ ନିମନ୍ତେ ବାହାରିଥିବା ସଚେତନତା ରଥକୁ ସ୍ବାଗତ କରାଯାଇଥିଲା।ଚଳିତ ଶିକ୍ଷାବର୍ଷର ବାଲବାଟିକା ଓ ପ୍ରଥମ ଶ୍ରେଣୀର ଶିଶୁଙ୍କୁ ଅରୁଆ ଚାଉଳ,ହଳଦୀ,ଦୁବ, ବରକୋଳିପତ୍ର ଓ ଫୁଲଚନ୍ଦନ ଦେଇ ବିଦ୍ୟାଳୟ ପକ୍ଷରୁ ବନ୍ଦାପନା କରାଯାଇଥିଲା।
ଏହାପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ
ନିରୁପମା ସାମନ୍ତ ନାମ ଲେଖାଇବାକୁ ଆସିଥିବା ଛାତ୍ରଛାତ୍ରୀଙ୍କୁ ଖଡ଼ିଛୁଆଁ ସ୍ୱରୂପ
ସିଲଟରେ ବ୍ରହ୍ମା, ବିଷ୍ଣୁ ଓ ମହେଶ୍ୱରଙ୍କ ନାମରେ ଗୋଲ ବୁଲାଇ ଶୁଭ ଅନୁକୂଳ କରିଥିଲେ।ଏଥିରେ ବିଦ୍ୟାଳୟର ତୃତୀୟ ଶ୍ରେଣୀର ଛାତ୍ରୀ ପ୍ରତୀକ୍ଷାରାଣୀ ପଲେଇ ତୁମପରି ଛୋଟ ପିଲାଟିଏ ଓ ପଞ୍ଚମ ଶ୍ରେଣୀର ଛାତ୍ରୀ ଦୁଃଖିଧନ ନୀଳମଣିରେ କୁନି ସଙ୍ଗୀତ ପରିବେଷଣ କରିଥିଲେ। ଏହାପରେ ଛାତ୍ର ଛାତ୍ରୀଙ୍କୁ ଚକୋଲେଟ୍, ମାଣ୍ଡିଆଲଡ଼ୁ, ଶିକ୍ଷଣକିଟ୍ ଓ ବାଲବାଟିକା ପାଠ୍ୟପୁସ୍ତକ ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ପକ୍ଷରୁ ସଭିଏଁ ସ୍କୁଲ ଯିବା ଅଭିଯାନ ସ୍ୱରୂପ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ଶିକ୍ଷକ ଶେଷଦେବ ବେହେରା ସଂଯୋଜନା କରିଥିଲେ। ଶିକ୍ଷୟିତ୍ରୀ ମିନତି ସାହୁ, ସୁନୀତା କୁମାରୀ ସାହୁ, ମନିଷା ମହାପାତ୍ର ଓ ଆଲଫା ରାଣୀ ଜେନା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଗଞ୍ଜାମ ବ୍ଲକର ସମସ୍ତ କ୍ଲଷ୍ଟର ସିଆରସି, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ପ୍ରୟାଗୀ ଗ୍ରାମର ଅଭିଭାବକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ପାଲୁର ସାଧନ କେନ୍ଦ୍ରର ସଂଯୋଜକ ଅତିନ୍ଦ୍ରିୟ ପାଟଯୋଶୀ ଧନ୍ୟବାଦ୍ ଅର୍ପଣ କରିଥିଲେ।