

କଟକ – ସିଡିଏ ୧୩ ନମ୍ବର ସ୍ଥିତ ନିଉ ଭିଜନ ବିଦ୍ୟାଳୟ ପକ୍ଷରୁ ଉତ୍କଳ ଦିବସ ଅବସରରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ବିଦ୍ୟାଳୟ ପରିସରେ ଆୟୋଜନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନଙ୍କର ଚିତ୍ର କଳାରେ ବିଭିନ୍ନ ମହା ପୁରୁଷଙ୍କ ଚିତ୍ର ଆଙ୍କି ପ୍ରଶଂସିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମେନ୍ଦ୍ର ନାୟକ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉସ୍ଛାହିତ କରିବା ସହିତ ପିଲାମାନଙ୍କ କଳାକୁ ଉଚ୍ଚ କୋଟିର ବୋଲି ମତପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସାୟାଶୁ ସାହୁ, ଶିବାନୀ ବାରିକ,ଅନ୍ନୟା ଦାସ, ଲକ୍ଷ୍ମୀ ପ୍ରିୟା ଦାସ,ରମନଜୀତ୍ ସିଂହ,ଭିସାନ ବେହେରା, ସହିତ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ କୁମାରୀ ନଫିସା ବେଗମ ଏବଂ ବିଦ୍ୟାଳୟ ସଭାପତି ବିକ୍ରମ କେଶରୀ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ।