ହୁମ୍ମା ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତରକୁ ବିରୋଧ । ( ଜିଲ୍ଲାପାଳଙ୍କୁ ଭେଟିଲେ ପଞ୍ଚାୟତବାସୀ )

ଛତ୍ରପୁର : ୦୫.୦୪.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ହୁମ୍ମା ପଞ୍ଚାୟତ ରେ ରହିଥିବା ଏସିଆ ମହାଦେଶ ର ପ୍ରସିଦ୍ଧ ହୁମା ଶୁଖୁଆ ହାଟ । ଏହି ପ୍ରସିଦ୍ଧ ଶୁଖୁଆ ହାଟ ରବିବାର ରେ ହୋଇଥିଲେ ମଧ୍ୟ ଶନିବାର ଠାରୁ କିଣା ବିକା ହୋଇଥାଏ l ଶୁଖୁଆ ସାଙ୍ଗକୁ ପନିପରିବା ସହ ବିବାହ କାର୍ଯ୍ୟ ପାଇଁ ନିତ୍ୟାବଶ୍ୟକୀୟ ସାମଗ୍ରୀ ଏଠାରେ ମିଳିଥାଏ l ଦୀର୍ଘ ୬୦ ବର୍ଷ ଧରି ହୁମ୍ମା ସାପ୍ତାହିକ ହାଟରେ ବିଭିନ୍ନ ପ୍ରକାର ବ୍ୟବସାୟୀ ମାନେ ସେମାନଙ୍କ ବ୍ୟବସାୟ କରୁଛନ୍ତି ।ସ୍ଥାନୀୟ ୨୦ଟି ପଞ୍ଚାୟତବାସୀ ଓ ବାହାର ଦୂରଦୂରାନ୍ତରୁ ଲୋକମାନେ ଆସି ଏହି ସପ୍ତାହିକ ହାଟରେ ଶୁଖୁଆ ଓ ପନିପରିବା ବିକ୍ରି କରି ଜୀବିକା ନିର୍ବାହ କରିଥାନ୍ତି। ଏହା ବ୍ୟତିତ ବହୁ ବର୍ଷ ପୂର୍ବରୁ ପଞ୍ଚୁ ଦୋଳ ଯାତ୍ରା ଅନୁଷ୍ଠିତ ହୋଇ ଆସୁ ଅଛି , ପ୍ରାୟ ୧୩ ଖଣ୍ଡ ଗ୍ରାମର ଠାକୁର ବିମାନ ଯୋଗେ ଏଠାରେ ମେଳଣ ହୋଇ ୨ଦିନ ଧରି ଯାତ୍ରା ହୋଇଥାଏ । ଉକ୍ତ ଯାତ୍ରା ରେ ମଧ୍ୟ ଆଖପାଖ ଅଂଚଳରୁ ବହୁ ଭକ୍ତ ଓ ଦର୍ଶକ ସମାଗମ ହୁଅନ୍ତି ।ଏସିଆ ମହାଦେଶର ଏହି ପ୍ରସିଦ୍ଧ ଶୁଖୁଆ ହାଟ ଦୀର୍ଘ ବର୍ଷ ଧରି ଚାଲିଛି। କିନ୍ତୁ ହୁମ୍ମାଠାରେ ରହିଥିବା ସାପ୍ତାହିକ ହାଟ ଏବେ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହାକୁ ନେଇ ହୁମ୍ମା ପଞ୍ଚାୟତ ବାସିନ୍ଦାଙ୍କ ମଧ୍ୟରେ ଘୋର ଅସନ୍ତୋଷ ଦେଖାଦେଇଛି । ହାଟର ପୂର୍ବାବସ୍ଥା ବଜାୟ ରଖିବା ଦାବି ନେଇ ଶୁକ୍ରବାର ହୁମା ପଞ୍ଚାୟତବାସୀ ଗଞ୍ଜାମ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି l ସେମାନଙ୍କ ଅଭିଯୋଗ ଅନୁଯାୟୀ ହାଟକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଶୁଖୁଆ ଆସି ଏଠାରେ ବିକ୍ରୟ ଯୋଗୁ ହାଟରୁ ରାଜସ୍ବ ଆଦାୟ କରାଯାଇ ହୁମ୍ମା ପଞ୍ଚାୟତର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଲାଗି ଆସୁଛି l କିନ୍ତୁ ଏବେ ମତ୍ସ୍ୟ ବିଭାଗକୁ ଏହା ହସ୍ତାନ୍ତର କରାଯିବା ଫଳରେ ପଞ୍ଚାୟତର ରାଜସ୍ବ ହାନି ଘଟିବା ସହ ବିଭିନ୍ନ ପ୍ରକାର ଅସୁବିଧାର ସମ୍ମୁଖୀନ ହେବେ ବୋଲି ହୁମ୍ମା ପଞ୍ଚାୟତ ବାସିନ୍ଦା ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କୁ ଭେଟି ଗୁହାରି କରିଛନ୍ତି। ଏହା ସହ ଏକ ସ୍ମାରକ ପତ୍ର ମଧ୍ୟ ଜିଲାପାଳଙ୍କୁ ପ୍ରଦାନ କରିଛନ୍ତି । ପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି କହିବାନୁଯାୟୀ ଯେବେ ପ୍ରଥମ ଥର ମତ୍ସ୍ୟ ବିଭାଗକୁ ହସ୍ତାନ୍ତର ପ୍ରସ୍ତାବ ପାଇଁ ଚିଠି ଆସିଥିଲା ସେ ସମୟ ରେ ସରପଞ୍ଚଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ସେ ମେଡିକାଲ ରେ ଥିଲେ । ସରପଞ୍ଚ ଙ୍କ ବିନା ଅନୁମତିରେ ମତ୍ସ୍ୟ ବିଭାଗ ନିଜ ହିସାବରେ ନିଜ ବିଭାଗକୁ ହସ୍ତାନ୍ତର କରିଦେଇଥିବା ସେ ଅଭିଯୋଗ କରିଥିଲେ । ଗଞ୍ଜାମ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରଘୁନାଥ ସାହୁ କହିଛନ୍ତି ଯେ ହାଟ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର ହେବା ପରେ ପଞ୍ଚାୟତର କୌଣସି ଅଧିକାର ହାଟ ଉପରେ ରହିବ ନାହିଁ । ଐତିହାସିକ ପଞ୍ଚୁଦୋଳ ଯାତ୍ରା ହେଉ କିମ୍ବା ଅନ୍ୟାନ୍ୟ ବ୍ୟବସାୟ ପାଇଁ ପ୍ରତ୍ୟେକ କାମରେ ମତ୍ସ୍ୟ ବିଭାଗକୁ ଅନୁମତି ମାଗିବାକୁ ପଡ଼ିବ ଏବଂ ସେ ଅଭିଯୋଗ କରିଛନ୍ତି ଯେ ଜାତୀୟ ରାଜପଥ ନିର୍ମାଣ ମଧ୍ୟ ହୁମ୍ମା ହାଟ ପଡ଼ିଆ ମଧ୍ୟ ଦେଇକି ଯିବାର ସମ୍ଭାବନା ଅଛି ଯାହା ଦ୍ଵାରା ହାଟ ପଡିଆ ସଂକୀର୍ଣ୍ଣ ହେଲେ ପଞ୍ଚୁଦୋଳ ଯାତ୍ରା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ । ଅନ୍ୟ ପକ୍ଷରେ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ କହିଛନ୍ତି ପୂର୍ବରୁ ପଞ୍ଚାୟତ ଅଧିନରେ ଥିବାରୁ ହାଟରୁ ଯାହା ରାଜସ୍ୱ ଆଦାୟ ହେଉଥିଲା ସେଥିରୁ ପଞ୍ଚାୟତରେ ପାନୀୟ ଜଳ ସମସ୍ୟା, ରାସ୍ତାଘାଟ, ଆଲୋକିକରଣ ସହ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ଲାଗୁଥିଲା । ଏବେ କିନ୍ତୁ ମତ୍ସ୍ୟ ବିଭାଗକୁ ହସ୍ତାନ୍ତର ହେଲା ପରେ ସେସବୁ ହେବ କି ନାହିଁ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ସେ ସ୍ଥାନୀୟ ବିଧାୟକଙ୍କୁ ହସ୍ତକ୍ଷେପ କରିବାକୁ ଅନୁରୋଧ ବି କରିଛନ୍ତି ଏବଂ ସେ ଅଭିଯୋଗ କରିଛନ୍ତି ଯେ ଯଦି ସେମାନଙ୍କ ଦାବି ପୂରଣ ନ ହେଉ ଆଗାମୀ ଦିନରେ ଜନ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଜିଲ୍ଲାପାଳଙ୍କ ସହ ଆଲୋଚନା ପରେ ଜିଲ୍ଲାପାଳ ସେ ବିଷୟରେ ବିଚାର କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଶ୍ରୀ ପଲାଇ ଗଣମାଧ୍ୟମକୁ ସୂଚନା ଦେଇଥିଲେ । ଏହି ଦାବିପତ୍ର ପ୍ରଦାନ ସମୟରେ ହୁମ୍ମା ପଞ୍ଚାୟତର ସରପଞ୍ଚ ଜାନକୀ ଦାସ, ଶିମଞ୍ଚଳ ନାହାକ ,ଆନନ୍ଦ ସ୍ବାଇଁ,ପ୍ରଶାନ୍ତ ପରିଡ଼ା, ସୁରେନ୍ଦ୍ର ମାଳି, ମୋଚିରାମ ଗୌଡ଼, ଅରୁଣ ପଲାଇ, ଅନାଥ ସାହୁ ଲକ୍ଷ୍ମୀ ଦାସ, କାଳୁ ବେହେରାଙ୍କ ସମେତ ପ୍ରତି ପଞ୍ଚାୟତ ରୁ ବହୁ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *