


ରାୟଗଡ-ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଧେଶ ଅନୁଯାୟୀ ୧ ଏପ୍ରିଲ ୨୦୨୫ ଠାରୁ ୧୪ ଏପ୍ରିଲ ୨୦୨୫ପର୍ୟ୍ୟନ୍ତ ଓଡ଼ିଆ ପକ୍ଷ ପାଳନ କରାଯାଉଛି।
ଏହି ଅବସରରେ ରାୟଗଡ ଜିଲ୍ଲା ପ୍ରଶାସନ ଓ ଶ୍ରମ କାର୍ଯ୍ୟାଳୟଙ୍କ ମିଳିତ ସହଯୋଗରେ ଆଜି ରାୟଗଡ଼ ସହର ରେ ଅବସ୍ଥିତ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଗୁଡିକରେ ଓଡ଼ିଆ ଭାଷାରେ ନାମ ଫଳକ ପ୍ରଦର୍ଶନ ନିମନ୍ତେ ଏକ ସଚେତନତା ପଦଯାତ୍ରା ଅଭିଯାନ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରୁ ଆରମ୍ଭ ହୋଇ ରାୟଗଡ଼ ସହର ବିଭିନ୍ନ ସ୍ଥାନ ପରିକ୍ରମା କରି ଶ୍ରମ କାର୍ଯ୍ୟାଳୟ ପାଖରେ ଶେଷ ହୋଇଛି।
ଏଥିରେ ସ୍ଵୟଂଶାସିତ ମହାବିଦ୍ୟାଳୟ ରାୟଗଡ଼, ସେଞ୍ଚୁ ରିୟାନ କଲେଜ, ରାୟଗଡ଼ ସହର ଅନେକ ଶିକ୍ଷାନୁଷ୍ଠାନ ର ଛାତ୍ରଛାତ୍ରୀ ଏବଂ ଜିଲ୍ଳାର ବିଭିନ୍ନ ବିଭାଗର ପଦଧିକାରି ଯଥା ଅତିରିକ୍ତ ଜିଲ୍ଲାପାଳ ନବୀନ ଚନ୍ଦ୍ର ନାୟକ, ପ୍ରକଳ୍ପ ଅଧିକାରି, ଆଇଟିଡିଏ ଚନ୍ଦ୍ରକାନ୍ତ ମାଝୀ
ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ, ବସନ୍ତ କୁମାର ପ୍ରଧାନ,ନିର୍ବାହୀ ଅଧିକାରୀ ରାୟଗଡ଼ ପୌର ପରିଷଦ, ଜିଲ୍ଲା ସଂସ୍କୃତି ଅଧିକାରି, ପ୍ରଭାଗୀୟ ଶ୍ରମ ଆୟୁକ୍ତ ମାନବଧିକାର କର୍ମୀ ଏବଂ ଶକ୍ତି ଅନୁଷ୍ଠାନ ର ସଦସ୍ୟ , ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ଏବଂ ଗଣ ମାଧ୍ୟମ ପ୍ରତିନିଧି ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଏବଂ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।