
ନୟାଗଡ DRDA ସୁଜନ ଗୃହ ରେ 32 ତମ ଜ଼ିଲ୍ଲା ପ୍ରତିଷ୍ଠା ଦିବସ ପାଳନ କରାଯାଇଛି। ଏଥିରେ ନୟାଗଡ ଜ଼ିଲ୍ଲାପାଳ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସଂମ୍ମାନିତ ଅତିଥି ଭାବେ ଜ଼ିଲ୍ଲା ପରିଷଦ ର ସଭାପତି, CDO, ଅତିରିକ୍ତ ଜ଼ିଲ୍ଲାପାଳ, ଉପ ଜ଼ିଲ୍ଲାପାଳ, ମୁନିସିପାଲିଟି ର ଚେୟାରମ୍ୟାନ ଓ ନୟାଗଡ ବ୍ଲକ ଚେୟାରମ୍ୟାନ ଯୋଗଦେଇଥିଲେ। ନୟାଗଡ ର ବୁଦ୍ଧିଜୀବୀ, ବରିଷ୍ଠ ନାଗରିକ, ସମାଜସେବୀ, ଓକିଲ ସଂଘ ର କର୍ମକର୍ତା, ଲେଖକ ପରିଷଦ ଓ ନୟାଗଡ ର ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ। 1993 ମସିହାରେ ସ୍ବର୍ଗତ ବିଜୁ ପଟ୍ଟନାୟକ ଓଡିଶା ରେ ଥିବା 13 ଟି ଜ଼ିଲ୍ଲା କୁ 30 ଟି ଜ଼ିଲ୍ଲା ରେ ପରିଣତ କରିଥିଲେ। ପୁରୀ ଜ଼ିଲ୍ଲା କୁ ଭାଙ୍ଗି ନୟାଗଡ ଜ଼ିଲ୍ଲା ରେ ପରିଣତ କରିଥିଲେ। ସେହିସମୟ ର ନୟାଗଡ ଜ଼ିଲ୍ଲା ର ବିଧାୟକ ସ୍ବର୍ଗତ ଭାଗବତ ବେହେରା ଙ୍କ ତତ୍ଵାବଧାନ ରେ ଜ଼ିଲ୍ଲା ପ୍ରତିଷ୍ଠା ହୋଇଥିଲା। ବିଭିନ୍ନ ସ୍କୁଲ କଲେଜ ରୁ ଆସିଥିବା ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ନାଚ ଓ ଗୀତ ଅନୁଷ୍ଠିତ କରିଥିଲେ।
(ନୟାଗଡ ରୁ ବିଶ୍ୱନାଥ ଘଡେଇ ଙ୍କ ରିପୋର୍ଟ )