
ସମୟ ଗାଡିଗଡ଼ି ଆସେ ତାର ଅନ୍ତିମ ସୀମାରେ l ଏହିପରି ଉଚ୍ଚମାଧ୍ୟମିକ ବିଦ୍ୟାଳୟରୁ ଅବସର ନେଈ ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତଳପାଲି ଗାଁ ଓ ତାଲପାଲି କଲେଜରୁ କର୍ତ୍ତବ୍ୟ ପାରାୟଣ ଶ୍ରୀଯୁକ୍ତ ଦୋଳଗୋବିନ୍ଦ ସାହୁ ଅକ୍ଷୁର୍ଣ ଅନ୍ତିମ ସୀମାରେ ପହଁଞ୍ଚି ପାରିଛନ୍ତି l ସେ ଥିଲେ ଏକାଧାରରେ ଜଣେ କର୍ମ ତତ୍ପର ସମୟାନୁବର୍ତ୍ତୀ,, କର୍ତ୍ତବ୍ୟନିଷ୍ଠବାନ ଓ ଜଣେ ଦାୟିତ୍ୱଵାନ ସହିତ ଜଣେ ଅଞ୍ଚଳର ଜଣାଶୁଣା ମହାନ କଳାକାର l ପ୍ରାୟ ଅଂଚଳରେ ପଦ୍ମପୁର : ତାଙ୍କର ସାଧାରଣ ଭାବରେ ଗଲେ ମଧ୍ୟ ନିଶଯୋଗୁ କଳାକାରର ପରିଚୟ ଦିଏ l ଆଜି ପର୍ଯ୍ୟନ୍ତ ତାଲପାଲି ଧନୁଯାତ୍ରାରେ ମହାମନ୍ତ୍ରୀ କଳା ନିଭାଉ ଥିଲେ ଓ ଅନ୍ୟତ୍ର କଂସ ତ ବେଳେବେଳେ ରାବଣ ଭୂମିକାରେ ଅଭିନୟ କରି ଅଞ୍ଚଳର ସୁନାମ ଅର୍ଜନ କରିଥିଲେ l ତାଙ୍କର ମୂଳମନ୍ତ୍ର ଥିଲା ନିଶା ବିରୋଧୀ ଓ ନିଶା ନିବାରଣରେ ମୁଖ୍ୟ ଅଭିଯୋଗକାରୀ ଥିଲେ l ତାଙ୍କ ମହା ବିଦ୍ୟାଳୟରୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅଧ୍ୟାପକ ଶ୍ରୀ ବୀରେନ୍ଦ୍ର ପ୍ରଧାନ ସଭାପତିତ୍ୱରେ ଅଞ୍ଚଳର ବରିଷ୍ଠ ବ୍ୟକ୍ତିମାନେ ଯୋଗ ଦେଇଥିଲେ l କାଳଜରେ ଗଜରଜ ଓ ବିଦ୍ୟାଧତ୍ରୀ ସାରଦାଙ୍କ ପୂଜାସାରୀ ଗାଁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଖୋଲ କୀର୍ତନ୍ୟରେ ପରିକ୍ରମା କରି ଖୁସିର ଲହରୀରେ ବିଦାୟ ନେଇଥିଲେ l କଲେଜର ପରିସର ନିସ୍ତବ୍ଧ ଜଣା ପଡିଥିଲା କେବଳ ସେହି ଦୋଳଗୋବିନ୍ଦଙ୍କ ପାଇଁ l ଦୋଳଗୋବିନ୍ଦ ସାହୁ ଅବସର ନେବାର ଦୀର୍ଘ ବତିଶ ବର୍ଷ ଭିତରେ ଧନୁଯାତ୍ରାରେ ବିଶେଷ ସମୟ ଦେଇ ଆଜି ତାଙ୍କ ତତ୍ୱାବଧାନରେ ଏନେକ କଳାକାରଙ୍କ ଜନ୍ମ ହୋଇ ପାରିଛି l ତାଙ୍କ ପରିବାରରେ ଯେମିତି ଶାନ୍ତ ବାହାରେ ମଧ୍ୟ ବେଶ ଜଣାଶୁଣା l ମହାବିଦ୍ୟାଳୟର ସଭାରେ ତାଙ୍କ ନା ପଡିବା ନିଶ୍ଚିତ l ଆଜି ସେ ବୃଦ୍ଧ ବା ଅବସର ନେଇ ଛନ୍ତି ସତ କିନ୍ତୁ ତାଙ୍କର ଗାଁ ପ୍ରତି ଅବଦାନ ବିଶେଷ ରହିଛି l ପୁଣି ଗାଁର ପ୍ରତ୍ୟେକ ଘରେ ବିପଦ ସମ୍ପଦରେ ଭାଗିଦାରୀ ନିଭାଇଥାନ୍ତି l କହିବାକୁ ଗଲେ ଲୋକ ଜାଣି ଭେକ ଦେଖନ୍ତି l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ