ପାଲଲହଡା – ସରକାରୀ ଵିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡିଛି ଭିର୍ନ୍ନ କ୍ଷମ ଶନିବାରି ସୋରେନ ଭାଗ୍ୟ , ବର୍ଦ୍ଧିତ ଭତ୍ତା ରୁ ବଞ୍ଚିତ ଗରିବ ଆଦିବାସୀ ଝିଅ !

ପାଲଲହଡା – ସରକାରୀ ଵିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡିଛି ଭିର୍ନ୍ନ କ୍ଷମ ଶନିବାରି ସୋରେନ, ଅଶି ଭାଗ ରୁ ଅଧିକ ଭିର୍ନ୍ନ କ୍ଷମ ଥାଇ ସୁଦ୍ଧା ସରକାର ଙ୍କ ବର୍ଦ୍ଧିତ ଭତ୍ତା ରୁ ବଞ୍ଚିତ ଗରିବ ଆଦିବାସୀ ଭିର୍ନ୍ନ କ୍ଷମଝିଅ ଶନିବାରି ସୋରେନ, ଏମିତି କିଛି ଖବର ସାମ୍ନା କୁ ଆସିଛି ପାଲଲହଡା ବ୍ଲକ ସଦର ଟାଉନ ଠାରୁ ମାତ୍ର ଦୁଇ କିଲୋମିଟର ଦୂର ଆଦିବାସୀ ବହୁଳ ବାରହାକୁଡ଼ର ଗାଁ ରୁ , ସୂଚନା ଅନୁସାରେ ଈଶ୍ୱରନଗର ପଂଚାୟତ ଅନ୍ତର୍ଗତ ବାରହାକୁଦର ଗାଁ ର ରଞ୍ଜନ ସୋରେନ ଜଣେ ଦିନ ମଜୁରିଆ ଭାବେ କାମ କରି ନିଜର ପରିବାର ପ୍ରତି ପୋଷଣ କରୁଛି , ସେ ନିଇତି ସକାଳୁ ସଞ୍ଜ ଯାଏ ଆଖ ପାଖ ଗାଁ ରେ ଦିନ ମଜୁରିଆ ଭାବେ କାମ କରି ଯାହା ରୋଜଗାର କରି ଆଣନ୍ତି ନିଜର ପାଞ୍ଚ ଜଣ ପୁଅ ଝିଅ ଙ୍କ ମୁହଁ ରେ ଦନା ମୁଠେ ଦେବାକୁ ତା ପକ୍ଷେ କଷ୍ଟ ହୋଇ ପଡେ, ତା ପାଇଁ ସରକାର ଙ୍କ ମାଗଣା ଆନ୍ତଦୟ ଚାଉଳ ନ କହିବା ଭଲ,ଦୁଇ ପ୍ରାଣୀ ଓ ପାଞ୍ଚ ଜଣ ପୁଅ ଝିଅ ଙ୍କ ପେଟ ରେ ଦନା ଦେବାକୁ ତା ପାଇଁ କଷ୍ଟ ହୋଇ ପଡ଼ୁ ଥିବା ବେଳେ , ଗରିବ ରଞ୍ଜନ ସୋରେନ ପାଇଁ ଆହୁରି ଦୁର୍ବିସହ ହୋଇ ପଡିଛି ତାର ବାର ବର୍ଷ ର ସେହି ଭୀର୍ଣ୍ଣ କ୍ଷମ ଝିଅ ଶନିବାରି ସୋରେନ, ଝିଅ ଟି ତା ପାଇଁ ସତେ ଯେମିତି ବୋଝ ପାଲଟି ଯାଇଛି, ଭାଗବାନ ଙ୍କ ବିଡମ୍ବନା ବି ବଡ଼ ବିଚିତ୍ର ସେ ଜନ୍ମ ରୁ ମୁକ, ବଧିର, ଗୋଡ଼ ହାତ କାମ କରୁ ନ ଥିବା ବେଳେ , ଶନିବାରି ସୋରେନ ଅଶି ଭାଗ ରୁ ଉର୍ଦ୍ଧ ଭୀର୍ଣ୍ଣ କ୍ଷମ ଥିବା ବେଳେ ସରକାର ଙ୍କ ଭାତ୍ତା ମାସକୁ ହଜାରେ ଟଙ୍କା (1000.00) ମାତ୍ର ପାଉଛି, ନବୀନ ସରକାର ଙ୍କ ପରେ ଏବେ ମୋହନ ସରକାର ଙ୍କ ପାଳି , ସରକାର ଭୀର୍ଣ୍ଣ କ୍ଷମ ମାନଙ୍କ ପାଇଁ ବର୍ଦ୍ଧିତ ଭାତ୍ତା ମଧ୍ୟ ଲାଗୁ କଲେ, ଯାଉଥିରେ କି ପାଲଲହଡା ଅଞ୍ଚଳ ର ମଧ୍ୟ ଅନେକ ଭୀର୍ଣ୍ଣ କ୍ଷମ ଲୋକ ଉପକୃତ ହେଲେ, ମାତ୍ର ଶନିବାରି ସୋରେନ ସରକାରୀ ଵିଧି ବ୍ୟବସ୍ଥା ଭିତରେ ଛନ୍ଦି ହୋଇ ପଡି ସରକାର ଙ୍କ ବର୍ଦ୍ଧିତ ଭତ୍ତା 3500.00 ଟଙ୍କା ପାଇବା ରୁ ବଞ୍ଚିତ ହୋଇ ଗଲେ, ଗରିବ ରଞ୍ଜନ ନିଜ ର ଭୀର୍ଣ୍ଣ କ୍ଷମ ଝିଅ କୁ ବାରମ୍ବାର ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବ୍ଲକ ଅଫିସ ଦପ୍ତର କୁ ଯାଇଥିଲେ ସୁଦ୍ଧା ଏଯାଏ କୌଣସି ସୁଫଳ ମିଳି ପାରିଲା ନାହିଁ,ଗରିବ ରଞ୍ଜର ସୋରେନ ଯିଏ କି ନିଜପରିବାର ର ଦନା ଗଣ୍ଡେ ଯୋଗାଡ଼ ପାଇଁ କଷ୍ଟ ସାଧ୍ୟ ହୋଇ ପଡେ ସେ ଵା କଣ ବୁଝିବ ସରକାରୀ ଦପ୍ତର ର ଭିତିରି କଥା, ଶୀତ ତାପ ନିୟନ୍ତ୍ରିତ ପ୍ରକୋଷ୍ଟ ରେ ବସି ସରକାରୀ କର୍ମଚାରୀ ମାନେ କେମିତି ଭୁଲି ଗଲେ ଏହି ଆଦିବାସୀ ଗରିବ ଭୀର୍ଣ୍ଣ କ୍ଷମ ଝିଅ ର କଥା ! ଏ ନେଇ ଆମେ ପାଲଲହଡା ବ୍ଲକ ଭତ୍ତା ବଣ୍ଟନ କରୁଥିବା ଅଧକାରୀ ଙ୍କ ସହିତ ଯୋଗାଯୋଗ କରି ଥିଲୁ ସେ ତାଙ୍କ ଉତ୍ତର ରେ ରଖିଥିଲେ ତାଙ୍କ ର ଡାକ୍ତର ଙ୍କ ପ୍ରମାଣ ଭିତିକ ପତ୍ର ସାମିଲ ନ କରିଵା ପରେ ଯାଇ ଆମେ ବର୍ଦ୍ଧିତ ଭାତ୍ତ ରେ ତାଙ୍କୁ ସାମିଲ କରି ପାରିବୁ l ସରକାର କହୁଛନ୍ତି ଏଠି କେହି ଉପବାସ ରହିବେ ନାହିଁ ଆଉ ସରକାର ଙ୍କ ସମସ୍ତ ସୁବିଧା ଗରିବ ଲୋକଙ୍କ ପାଖରେ ପହଂଚିବ, ହେଲେ କାଇଁ ଏଠି ସେହି ଗରିବ ଅପାଠୁଆ ଆଦିବାସୀ ମୁକ ବଧିର ଭୀର୍ଣ୍ଣ କ୍ଷମ ଶନିବାରି ସୋରେନ ପାଖରେ ସରକାର ପହଂଚି ପାରି ନାହାନ୍ତି, ବାସ୍ତବ ରେ ଏଠି ଭୀର୍ଣ୍ଣ କ୍ଷମ କିଏ ? ଶନିବାରି ସୋରେନ ନା ସରକାରକାର ଙ୍କ ର ଵିଧି ବ୍ୟବସ୍ଥା ? ଆଶା କରିବୁ ଏ ଦୃଶ୍ୟ ଦେଖିଲା ପରେ ସରକାର ଗରିବ ଶନିବାରି ସୋରେଙ୍କୁ ବଢ଼ାନ୍ତୁ ସରକାରୀ ସହାୟତା ର ହାତ,ପୁଣି ହସି ଉଠୁ ତା ମୁହଁ ରେ ହସ l

Leave a Reply

Your email address will not be published. Required fields are marked *