NMMS ପରୀକ୍ଷା ରେ ସଫଳତା ଆଣିଲେ ଓମ୍ ଓ ଅନିତା ।

ଗଞ୍ଜାମ : ୦୩.୦୪.୨୫

(ମିଥୁନ ବାରିକ୍)

ଗଞ୍ଜାମ : ଗଞ୍ଜାମ ବ୍ଲକ୍ ପୋଇରାସି ପଞ୍ଚାୟତ ର ଛୋଟା ବସା ଠାରେ ଥିବା ନୀଳ କଣ୍ଠେସ୍ୱର ଆବାସିକ ବିଦ୍ୟାଳୟ ପୁର ପଲ୍ଲୀ ଅଞ୍ଚଳ ରେ ଗଢି ଉଠି ଥିବା ଏହି ଆବାସିକ ବିଦ୍ୟାଳୟ ବହୁ ସଫଳତା ପାଇଛି । ଏହା ବିଗତ ୩ ବର୍ଷ ତଳେ ୨୧.୦୩.୨୦୨୨ ରେ ଆରମ୍ଭ ହୋଇଥିଲା । ଯାହା ଆଜି ବହୁ ଛାତ୍ର ଙ୍କର ଭବିଷ୍ୟତ ଗଢିବାରେ ସହାୟକ ହୋଇଛି । ପ୍ରକାଶିତ (NMMS) ଫଳ ବାହାରି ଉତ୍ତୀର୍ଣ୍ଣ ହୋଇଛନ୍ତି ଆବାସିକ ବିଦ୍ୟାଳୟ ର ଅଷ୍ଟମ ଶ୍ରେଣୀ ଛାତ୍ର ଓମ୍ ପ୍ରଧାନ ଓ ଛାତ୍ରୀ ଅନିତା ଦାସ (NMMS) ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ଏହି ଆବାସିକ ବିଦ୍ୟାଳୟ ରେ (NMMS) ପରୀକ୍ଷାରେ ଏ ଯୋଷ୍ନା ରେଡ୍ଡୀ ଉତ୍ତୀର୍ଣ୍ଣ ହୋଇଥିଲେ । ଏହି ଭଳି ଆଗକୁ ଆଗକୁ ଆହୁରି ଭଲ ପାଠ ପଢି ଭଲ ମଣିଷ ହେବାପାଇଁ ଠାକୁରଙ୍କୁ ପ୍ରଥାନା କରିଛନ୍ତି ଶିକ୍ଷକ ବସନ୍ତ କୁମାର ପ୍ରଧାନ ।

Leave a Reply

Your email address will not be published. Required fields are marked *