ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ ଶିଶୁ ବାଟିକା ଶୁଭାରମ୍ଭ I

ଚଣ୍ଡିଖୋଲ ୨/୪(ଶ୍ରୁମି) ଓଡ଼ିଶା ସରକାର ଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଆନୁକୂଲ୍ୟରେ ଆଜି ସମଗ୍ର ଓଡିଶାର ପ୍ରତ୍ୟେକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିଶୁ ବାଟିକା ର ଶୁଭାରମ୍ଭ ହୋଇଛି।ଏଥିସହିତ କେନ୍ଦ୍ର ସରକାରଙ୍କ ନୂତନ ଶିକ୍ଷାନୀତି ୨୦୨୦କାର୍ଯ୍ୟକାରୀ ହୋଇଛି। ରାଜ୍ୟର ସମସ୍ତ ପିଲା ଙ୍କୁ ସର୍ବୋତ୍ତମ ଓ ଗୁଣାତ୍ମକ ଶିକ୍ଷାଦାନ ପାଇଁ ପିଲା ମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବାକୁ ପ୍ରବେଶ ଓ ଖଡ଼ି ଛୁଆଁ ଉତ୍ସବ ଆୟୋଜନ ହେଉଛି । ପିଲା ମାନଙ୍କୁ ଏକ ସଶକ୍ତ, ଆଧୁନିକ ଓ ଆତ୍ମନିର୍ଭରଶୀଳ ଭବିଷ୍ୟତ ପ୍ରଦାନ କରିବା ନୂତନ ଶିକ୍ଷା ନିତିର ମୂଳ ଲକ୍ଷ୍ୟ। ଏହି ଅବସରରେ ଆଜି ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡ଼ା ଗ୍ରାମ ସ୍ଥିତ ଦିବାକର ନୋଡାଲ ଉପ୍ରାବିଦ୍ୟାଳୟ ଠାରେ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ ଶିଶୁ ବାଟିକା କାର୍ଯ୍ୟ କ୍ରମ ଶୁଭାରମ୍ଭ ହୋଇଛି। ପ୍ରଦୀପ ପ୍ରଜ୍ବଳନ ପୂର୍ବକ ନୂଆ କରି ନାମ ଲେଖାଇଥିବା ଛାତ୍ରଛାତ୍ରୀମାନଙ୍କୁ ଫୁଲ ଚନ୍ଦନ ଧୂପ ଦୀପ ଦେଇ ବନ୍ଦା ପନା କରିବା ସହିତ ଖଡ଼ି ଛୁଆଁଇ ଥିଲେ। ଏହି ଉପଲକ୍ଷେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ କରାଯାଇ ଥିଲା। ଶିକ୍ଷୟିତ୍ରୀ ସ୍ମିତା ରାଣୀ ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ମସୀର ଆଲ୍ଲlମ ମୂଖ୍ୟ ବକ୍ତା ଭାବେ ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ,ସମ୍ମାନିତ ଅତିଥି ଭାବେ ସାମ୍ବାଦିକ ସମରେନ୍ଦ୍ର ମlହା ଲା , ସେକ ସବିରୁଦ୍ଦିଁନ , ପ୍ରଧାନ ଶିକ୍ଷକ ସିଦିକଉଦ୍ଦିନ ଖାଁ

ପ୍ରମୁଖ ଯୋଗଦେଇ ପିଲା ମାନଙ୍କୁ ବହୁ ଶିକ୍ଷଣୀୟ ଉପଦେୟ ଉପଦେଶ ଦେଇଥିଲେ। ଶିକ୍ଷୟିତ୍ରୀ ଦୀପ୍ତି ମିଶ୍ର, ହରପ୍ରିୟା ସ୍ୱାଇଁ, ଯଜ୍ଞାସେନି ମିଶ୍ର, ପ୍ରଶାନ୍ତ କୁମାର ପହିଲ, ବନ୍ଦନା ମିଶ୍ର, ଗୀତାଞ୍ଜଳୀ ସ୍ବାଇଁ ପ୍ରମୁଖ ଉତ୍ସବକୁ ପରିଚାଳନା କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ, ଶିଶୁ ବାଟିକା ସଙ୍ଗୀତ, ଗାନ କରଯାଇଥିଲା। ପରେ ଛାତ୍ର ଛାତ୍ରୀ ମାନଙ୍କୁ ପୁସ୍ତକ ବଣ୍ଟନ କରାଯିବା ସହ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା। କ୍ରୀଡ଼ା ଶିକ୍ଷକ ପ୍ରଶାନ୍ତ କୁମାର ପାହିଲ ଧନ୍ୟ ବାଦ ଅର୍ପଣ କରିଥିଲେ I

Leave a Reply

Your email address will not be published. Required fields are marked *