ବଡଚଣା : ୨/୪ : ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ର ବରିଷ୍ଟ କିରାଣୀ ଅକ୍ଷୟ କୁମାର ରାଉତରାୟ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ପ୍ରାଧ୍ୟାପ ପ୍ରମୋଦ କୁମାର ଖଣ୍ଡାୟୀ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ ଶ୍ରୀ ରାଉତରାୟ ଙ୍କ ଦୀର୍ଘ ୩୫ବର୍ଷ ଚାକିରୀ କାଳ ମଧ୍ୟରେ ଅନୁଷ୍ଠାନକୁ କିଭଳି ଅନନ୍ୟ ସେବା ଯୋଗାବା ସହିତ ନାକ୍ ମାନ୍ୟତା ପାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲ ତାହା ବର୍ଣ୍ଣନା କରିଥିଲେ। ସଭାପତି ଶ୍ରୀ ଖଣ୍ଡାୟୀ ବରିଷ୍ଟ କିରାଣୀ ଶ୍ରୀ ରାଉତରାୟ ଙ୍କ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେବା ସହ ଦୀର୍ଘ ୩୫ବର୍ଷ ଧରି ବହୁ ଘାତ ପ୍ରତିଘାତ ମଧ୍ୟରେ ଅନୁଷ୍ଠାନକୁ ଆଗେଇ ନେବାରେ ଯେଉଁ ମାନେ କଠିନ ପରିଶ୍ରମ କରିଛନ୍ତି ତନ୍ମଧ୍ୟରେ ତାଙ୍କର ଭୂମିକା କେତେ ଗୁରୁତ୍ଵ ପୂର୍ଣ୍ଣ ତାହା ବର୍ଣ୍ଣନା କରିଥିଲେ। ସହଯୋଗୀ ସନାତନ ସାହୁ ତାଙ୍କ ସହିତ ଦୀର୍ଘ ଦିନ ଧରି ପରସ୍ପରକୁ ସାହାଯ୍ୟ ସହଯୋଗ କରି କାର୍ଯ୍ଯ କରି ଆସିଥିଲେ ତାହା ଅତ୍ୟନ୍ତ ଭାବାବେଗ ସହ ବର୍ଣ୍ଣନା କରିଥିଲେ। ସମ୍ବର୍ଦ୍ଧନା ର ପ୍ରତ୍ୟୁତର ରେ ଶ୍ରୀ ରାଉତରାୟ ମହାବିଦ୍ୟାଳୟ ର ଅଧକ୍ଷ, ଅଧ୍ୟାପକ, ଅଧ୍ୟାପିକା , କର୍ମଚାରୀ ମାନଙ୍କ ସାହାଯ୍ୟ ସହଯୋଗ ପାଇ ଦୀର୍ଘ ୩୫ବର୍ଷ ଧରି ଅନୁଷ୍ଠାନକୁ ନିଜର ଘର ଭାବି ନେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧ୍ୟାପକ ନାରାୟନ ମୁଦୁଲି, ପ୍ରଦୀପ କୁମାର ବରାଳ, ଶମ୍ଭୁ ନାଥ ହେମ୍ରମ, ଡ ହରି ନାରାୟଣ ସାହୁ, ପ୍ରୀତମ ମିଶ୍ର, ଅଧ୍ୟାପିକା ରଞ୍ଜିତା ସ୍ୱାଇଁ, ଡ ଅମ୍ବିକା ତ୍ରିପାଠୀ, କର୍ମଚାରୀ ସୁଷମା ବେହେରା, ସଂଗୀତା ବଳ, ସୁରେନ୍ଦ୍ର ବଳ ସୁରେନ୍ଦ୍ର ଜେନା, ଚିତ୍ତ ରଂଜନ ସିଂହ ପ୍ରମୁଖ ଶ୍ରୀ ରାଉତରାୟ ଙ୍କ କର୍ତ୍ତବ୍ୟନିଷ୍ଠା, ସମୟାନୁବର୍ତ୍ତିତା, କାର୍ଯ୍ୟଦକ୍ଷତା ର ଉଚ୍ଚ ପ୍ରଶଂସା କରିଥିଲେ। ଆକାଉଟାନ୍ଟ ପ୍ରସନ୍ନଜିତ୍ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ଡ ଦୀପକ୍ କୁମାର ମିଶ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପରେ ମହାବିଦ୍ୟାଳୟ ତତଫରୁ ଶ୍ରୀରାଉତରାୟ ଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରଯାଇଥିଲା