








କଟକ- ତା ୦୧-୦୪-୨୦୨୫ ରିଖ ତୁଳସୀ ପୁର ସ୍ଥିତ ଶାରଳା ଭବନଠାରେ ବିଦ୍ୟା ବିକାଶ ସମିତି ଓଡ଼ିଶାର ଦ୍ବାବିଶତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଶଲ୍ୟ ଚିକିତ୍ସକ ତଥା ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜର ବିଭାଗୀୟ ମୂଖ୍ୟ ପ୍ରଫେସର ଡ଼ଃ ଜୟନ୍ତ କୁମାର ପଣ୍ଡା ସହିତ ସଭାରେ ଉଦଘାଟକ ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟ ଶିଳ୍ପୀ ପଦ୍ମଶ୍ରୀ ଡକ୍ଟର ଉସ୍ଛବ ଚରଣ ଦାସ ଯୋଗ ଦେଇଥିଲେ। ସଭାରେ ବିଦ୍ୟା ବିକାଶ ସମିତି ଓଡ଼ିଶାର ସମ୍ପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ ସ୍ବାଗତ ଭାଷଣ ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ସମ୍ମାନୀତ ଅତିଥି ଭାବେ ଡ୍ରିମ୍ ବିଶ୍ଵବିଦ୍ୟାଳୟ କମ୍ପୁଟର ବିଜ୍ଞାନ ମୂଖ୍ୟ ଡାକ୍ତର ରଘୁନାଥ ରାଉତ, ମୂଖ୍ୟ ବକ୍ତା ଭାବେ ରୋଟାରିୟାନ ଓ ବିଶିଷ୍ଟ ସମାଜସେବୀ ଦେବେନ୍ଦ୍ର ପାଢୀ ଯୋଗ ଦେଇ ପିଲାଙ୍କ ଉପରେ ଗୁଣାତ୍ମକ ଶିକ୍ଷାଦାନ ସହିତ ବିଦ୍ୟାଳୟର ଶିକ୍ଷା ପ୍ରତି ଆଗ୍ରହ ବଢାଇବା ପାଇଁ ପରାମର୍ଶ ଦେଇନଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଆବାହକ ସନ୍ତୋଷ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ପଣ୍ଡା, ସଂଗଠନ ସମ୍ପାଦକ ନରହରି ସେନ୍, ଡଃ ରମେଶ ଚନ୍ଦ୍ର ଦାସ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ ଅତିଥି ଭାବେ ବିଶିଷ୍ଟ ଗ୍ଯାଷ୍ଟ୍ର ଏଣ୍ଡୋଲୋଜି ପ୍ରଫେସର ଡ଼ଃ ପ୍ରଶାନ୍ତ କୁମାର ପରିଡାଙ୍କୁ ବିଦ୍ୟା ବିକାଶ ସମିତି ଓଡ଼ିଶାର ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲେ। ଶେଷରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଉଥିବା ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ଶେଷରେ ଉପସଭାପତି ବିଦ୍ୟା ବିକାଶ ସମିତି ଓଡ଼ିଶାର ସୁରେଶ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।