
ଛତ୍ରପୁର : ୦୨.୦୪.୨୫
(ମିଥୁନ ବାରିକ୍)
ଛତ୍ରପୁର : ଛତ୍ରପୁର ବ୍ଲକ୍ ଆର୍ଜିପଲି ପଞ୍ଚାୟତ ରେ ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବ ରେ ଆର୍ଜିପଲି ର ପୂର୍ବତନ ସରପଞ୍ଚ ଏମ୍ ଲକ୍ଷ୍ମୀ , ଗୋପାଳପୁର ପୋର୍ଟ କର୍ମ ସଙ୍ଘ ସଭାପତି ଏ ଭେଙ୍କଟଶ୍, ଙ୍କ ସମେତ ବହୁ ବିଜେଡି ନେତା ଓ କର୍ମୀ ଏବଂ ଯୁବ ସଂଘଟନ ମହିଳା ସଙ୍ଘ ୱାର୍ଡ ମେମ୍ବର ସମସ୍ତ ସଦସ୍ୟ ବିଜେପି ରେ ଯୋଗ ଦେଇଥିଲେ । ଭାରତୀୟ ଜନତା ପାର୍ଟି ର ନୀତି ଆଦର୍ଶ ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ,ଲୋକ ପ୍ରିୟ ମୁଖ୍ୟ ମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତ୍ରପୁର ର ଲୋକ ପ୍ରିୟ ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ନେତୃତ୍ୱ ରେ ଅନୁପ୍ରାଣିତ ହୋଇ ସହ ସହ ନେତା ଓ କର୍ମୀ ଯୋଗଦେଇଛନ୍ତି । ଆର୍ଜି ପଲି ସ୍ଥିତ ଆଇ. ଆର. ଇ କଲ୍ୟାଣ ମଣ୍ଡପ ଠାରେ ଏମ୍ ଗୁଲାମି ଙ୍କ ନେତୃତ୍ୱରେ ଏକ ବିଶାଳ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା । ଏହି ମିଶ୍ରଣ ପର୍ବ ରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ସମସ୍ତ ସଦସ୍ୟ ଙ୍କୁ ସ୍ଵାଗତ କରିବା ସହ ଦଳୀୟ ଉତ୍ତରୀୟ ସହ ପଦ୍ମ ଫୁଲ କିରଟି ପିନ୍ଧାଇ ଥିଲେ । ପୂର୍ବରୁ ବିଜେଡି ସରକାର ଥିଲା ବେଳେ ଆମ୍ଭ ମାନଙ୍କ ର ପୋର୍ଟ ରେ ଯେଉଁ ଭଳି ଅସୁବିଧା ହେଉଥିଲା ତାହା ପୂର୍ବ ସରକାର ଙ୍କ ଦ୍ଵାରା କିଛି ହେଇପରିଲା ନାହିଁ । ତେଣୁ ବର୍ତ୍ତମାନ ବିଜେପି ସରକାର ଆସିଲା ପରେ ଆମ୍ଭ ମାନଙ୍କ ଦୁଃଖ ଦୂର ହେବ ବୋଲି ଆମେ ଆଜି ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଲୁ । ବିଧାୟକ ଆମକୁ କଥା ଦେଇଛନ୍ତି ଆମର ସମସ୍ତ ସୁବିଧା ବୁଝିବେ ବାହାରକୁ ଦାଦନ ଖଟିବାକୁ ନ ଯିବା ପାଇଁ ବିଧାୟକ ପରାମର୍ଶ ଦେଇଛନ୍ତି । ନିଜ ଅଞ୍ଚଳରେ ରହି କାମ କରିବେ ବୋଲି ପ୍ରତିଶ୍ରୁତି ଦେଲେ ବିଧାୟକ । ଏହି ମିଶ୍ରଣ ପର୍ବ ରେ
ଗୋପାଳ ପୁର ପୋର୍ଟ କର୍ମଚାରୀ ସଂଘ ସମସ୍ତ କର୍ମଚାରୀ କୁ ବିଧାୟକ ଧନ୍ୟବାଦ୍ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସରପଂଚ ଏମ୍ ଲକ୍ଷ୍ମୀ ,ସଭାପତି ଏ ଭେଙ୍କେଟସ, ଏମ ଗୁମାଲି, ୱର୍କିଂ ସଭାପତି ଏମ କାନାକା,ଉପ ସଭାପତି ଚିନା,ଜି ସନ୍ୟାସୀ,ଯୁଗ୍ମ ସମ୍ପାଦକ ଜି.କାମ ରାଜୁ ଏବଂ ସନ୍ୟାସୀ ଙ୍କ ସମେତ ବହୁ ବିଜେଡି ନେତା ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇଛନ୍ତି । ଏହି ମିଶ୍ରଣ ପର୍ବ ରେ ବହୁ ମାତ୍ରାରେ ଭାରତୀୟ ଜନତା ପାର୍ଟି ରେ ଯୋଗ ଦେଇ ଦଳକୁ ଆହୁରି ଅଧିକ ଶକ୍ତି ସାଳି କରିବ ବୋଲି ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି