
ଗଞ୍ଜାମ : ୦୩.୦୪.୨୫
(ମିଥୁନ ବାରିକ୍)
ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଗ୍ରାମ ପଞ୍ଚାୟତ ର ହୁମା ଗ୍ରାମର ମନୁ ପରିଡ଼ା ଙ୍କ ପୁଅ ମହେଶ୍ୱର ପରିଡ଼ା
୨୦୦୨ ମସିହାରେ ସିପାହୀ ଭାବରେ ଆଇ ଆର ଆପର୍ବଲ୍ ବାଟାଲିୟନ କୋରାପୁଟ ରେ ନିଯୁକ୍ତି ପାଇଥିଲେ । ତାଙ୍କର ଉଚ୍ଚ କୁଟୀର କର୍ତ୍ତବ୍ୟ ନିଷ୍ଠା , ଶୃଙ୍ଖଳା ଜ୍ଞାନ ଓ ସମୟାନୁ ବର୍ତିତ ପାଇଁ ୨୦୨୪-୨୫ ପାଇଁ ଓ ଏସ ପି ସପ୍ତମ ବାଟାଲିୟନ ଶ୍ରେଷ୍ଠ ଏ ଏସ ଆଇ ଭାବେ ବିବେଚିତ କରାଯାଇ ୭୫୦ ଟଙ୍କା ଅର୍ଥ ରାଶି ପୁରସ୍କାର ସ୍ୱରୂପ ପ୍ରଦାନ କରାଯାଇଛି ।
ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଆମର୍ଡକୁ ୯୦ ତମ ପୋଲିସ୍ ପ୍ରତିଷ୍ଠା ଦିବସରେ ୨୦୨୪ ମସିହାରେ ଉଲ୍ଲେଖନୀୟ ସେବା ପାଇଁ ଓ ଏସ ଏ ପି ସପ୍ତମ ବାଟା ଲିୟନ୍ ର ଶ୍ରେଷ୍ଠ ଆସିଷ୍ଟାଣ୍ଟ ସବ୍ ଇନ୍ସପେକ୍ଟର ଆର୍ମଡ ଭାବେ ବିବେଚନା କରାଯାଇଛି । ତାଙ୍କର ଅତ୍ୟଧିକ ଜ୍ଞାନ ଓ କୌଶଳ ଯୋଗୁଁ ସେ ଆଗକୁ ଯାଇଛନ୍ତି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି।ତାଙ୍କର ଏହି ଭଳି କାର୍ଯ୍ୟକୁ ଦେଖି ପରିବାର ଏବଂ ଅଞ୍ଚଳ ବାସୀ ଭୂରି ଭୂରି ପ୍ରସଂଶା କରୁଛନ୍ତି ।