
ଗଞ୍ଜାମ : ୦୨.୦୪.୨୫
(ମିଥୁନ ବାରିକ୍)
ଗଞ୍ଜାମ:ଜୟଶ୍ରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୪୬ ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି l ଉକ୍ତ ଉତ୍ସବରେମୁଖ୍ୟ ଅତିଥି -ଗଞ୍ଜାମ ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ସୁଶ୍ରୀ ସୁଚିତ୍ରା ପାଣିଗ୍ରାହୀ, ମୁଖ୍ୟ ବକ୍ତା -ଗଞ୍ଜାମ ଏନ.ଏ. ସି କାର୍ଯ୍ୟନିବାହୀ ଅଧିକାରୀ ଶ୍ରୀମତି ଅପର୍ଣ୍ଣା ଡାଙ୍ଗୁଆ, ସମ୍ମାନୀତ ଅତିଥି ଶିକ୍ଷାବିତ ଗୋପାଳ ବେହେରା, ଦୁର୍ଗା ପ୍ରସାଦ ପଟ୍ଟନାୟକ (ଗୋଖରକୁଦା ବିଦ୍ୟାଳୟ ), ସଭାପତି ବିଷ୍ଣୁ ପ୍ରିୟା ନାହାକ, ପୂର୍ବତନ ସଭାପତି ସୁକାନ୍ତି ନାୟକ , ପ୍ରଶାନ୍ତ କୁମାର ପଲାଇ, ଉପସଭାପତି ବିଷ୍ଣୁ କେଶରୀ ଦାଶ,ଶିକ୍ଷକ ସୋମନାଥ ଦାସ, ଚିତ୍ରୋତ୍ପଳା ନାୟକ, ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିପ୍ର ଚରଣ ସାହୁ ପରିଚାଳନା କରିଥିଲେ l ଏଥିରେ ସମସ୍ତ ଅଭିଭାବକ ସହଯୋଗ କରିଥିଲେ l
ବିଦ୍ୟାଳୟର କ୍ଲାସ ଟପ୍ପର, ବିଭିନ୍ନ ଖେଳ ପ୍ରତିଯୋଗିତା ରେ ଭଲ କରିଥିବା ଛାତ୍ର ଛାତ୍ରୀ ଙ୍କୁ ମାନପତ୍ର ଓ କପ ଦେଇ ପୁରସ୍କୃତ କରାଯାଇଥିଲା l ବିଦ୍ୟାଳୟର ଭୌତିକ ଓ ଶୈକ୍ଷିକ ପରିବେଶ ଦେଖି ଅତିଥି ମାନେ ଖୁସି ବ୍ୟକ୍ତ କରିଥିଲେ l