କାର ଦୃଘଟଣାରେ ହୋଣ୍ଡା ସୋ-ରୁମ ମ୍ୟାନେଜରଙ୍କ ମୃତ୍ୟୁ: ଡ୍ରାଇଭର ଗୁରୁତର :

ରମ୍ଭା : ୦୨.୦୪.୨୫

(ମିଥୁନ ବାରିକ୍)

ରମ୍ଭା : ରମ୍ଭା ଜାତୀୟ ୧୬ ନମ୍ବର ରାଜପଥ ସୁକନ୍ୟା ଢ଼ାବା ନିକଟ ୧୦ ଫୁଟ ତଳକୁ କାର ଖସି ଦୃଘଟଣାରେ ଜଣେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ଜଣଙ୍କ ହେଲେ ବ୍ରହ୍ମପୁର ହୋଣ୍ଡା ସୋ-ରୁମର ମ୍ୟାନେଜର ସୁଶାନ୍ତ ମିଶ୍ର ଓ ଗୁରୁତର ଆହତ ବ୍ୟକ୍ତି ଜଣଙ୍କ ହେଲେ ସୁଶାନ୍ତ ମିଶ୍ରଙ୍କ ଡ୍ରାଇଭର ଜୟ ଆନମୂଲ ।
ଆଜି ଅପରାହ୍ନ ୩ ଘଣ୍ଟା ସମୟରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା କାର (ଓଡ଼ି ୦୫ ଏଏମ ୮୬୯୦) ଭାରସାମ୍ୟ ହରାଇ ୧୦ଫୁଟ ତଳକୁ ଖସି ଏକ ଗଛକୁ ପିଟି ହେବା ଫଳରେ ଘଟଣାସ୍ଥଳରେ ବ୍ରହ୍ମପୁର ହୋଣ୍ଡା ସୋରୁମର ମ୍ୟାନେଜର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଜଣଙ୍କ ଗୁରୁତର ଆହତ ହୋଇଥିଲେ ।ସ୍ଥାନୀୟ ଲୋକେ ରମ୍ଭା ଥାନା ,ରମ୍ଭା ଅଗ୍ନିଶମ ବିଭାଗ ଓ ହାଇୱେ ପାଟ୍ରୋଲିଂ ପୋଲିସକୁ ଖବର ଦେବା ପରେ ପୋଲିସ କର୍ମଚାରୀ ,ଅଗ୍ନିଶମ ବିଭାଗର କର୍ମଚାରୀ ,ହାଇୱେ ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ଡ୍ରାଇଭରଙ୍କୁ ଉଦ୍ଧାର କରି ବ୍ରହ୍ମପୁପୁର ଏମକେସିଜିକୁ ଚିକିତ୍ସା ପାଇଁ ନେଇଥିଲେ ।ମୃତକ ବ୍ୟକ୍ତିଙ୍କ ଶବକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ପଠାଇଥିବା ଜଣାପଡିଛି ।ଏନେଇ ସୁଶାନ୍ତ ମିଶ୍ରଙ୍କ ସ୍ତ୍ରୀ ସାଧନା ଚୌଧୁରି ଡ୍ରାଇଭରଙ୍କ ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଦୃଘଟଣା ହୋଇଥିବା ନେଇ ରମ୍ଭା ଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *