


ଚଣ୍ଡିଖୋଲ : ୩୧/୩(କ ବ୍ୟୁ) ମୁସଲମାନ ସମ୍ପ୍ରଦାୟର ପବିତ୍ର ପର୍ବ ଇଦ୍ ଉଲ ଫିତର ଶ୍ରଦ୍ଧା, ଭକ୍ତି ଆନନ୍ଦଉଲ୍ଲାସ ର ସହିତ ପାଳିତ ହୋଇଯାଇଛି। ଗତ କାଲି ବିଳମ୍ୱିତ ରାତି ରେ ଚାନ୍ଦ ଦେଖା ଦେବା ପରେ ମୁସଲମାନ ଭାଇ ଭଉଣୀ ମାନଙ୍କ ମଧ୍ୟରେ ଖୁସୀର ଲହରୀ ଖେଳି ଯାଇଥିଲା। ଦୀର୍ଘ ଏକ ମାସ ଧରି ରଖି ଆସିଥିବା ରୋଜା ଭାଙ୍ଗିଥିଲେ। ଆଜି ସକାଳୁ ମୁସଲମାନ ଭାଇ ଭଉଣୀ ମାନେ ନୂତନ ବସ୍ତ୍ର ପରିଧାନ କରି, ସୁ ସ୍ଵାଦୁ ବ୍ୟଞ୍ଜନ ପ୍ରସ୍ତୁତ କରିବା ସହିତ ପରସ୍ପର କୁ ଇଦ୍ ମୁବାରକ୍ ଜଣାଇଥିଲେ । ଏହିଆବସରରେ ବଡଚଣା ବ୍ଲକ୍ ଅନ୍ତର୍ଗତ ସୁଙ୍ଗୁଡା ଗ୍ରାମ ମୁସଲିମ ପଞ୍ଚାୟତ ପକ୍ଷରୁ ସ୍ଥାନୀୟ ଇଦଗା ପଡିଆରେ ସମୂହ ନମାଜ ପାଠ କରଯାଇଥିଲା। ମୌଲାନା କାସିମ ରାଜା ହବିବ ସାମୂହିକ ନମାଜ ପାଠ କରାଇବା ସହିତ ଆଲ୍ଲାଙ୍କ ନିର୍ଦ୍ଦେଶିତ ନିତି ଆଦର୍ଶ ଓ ନିୟମରେ ପ୍ରତ୍ୟେକ ମୁସଲମାନ ଚାଲିବାକୁ କହିବା ସହିତ ବିଶ୍ୱଶାନ୍ତି ,ଭାଇଚାରା ସହିତ ମୁସଲମାନ ସମ୍ପ୍ରଦାୟର ସୁଖ ସମୃଦ୍ଧି ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ପରେ ମୁସଲମାନ ଭାଇ ମାନେ ନିକଟସ୍ତ କବର ସ୍ଥାନ କୁ ଯାଇ ମୃତ ନିକଟ ସମ୍ପର୍କୀୟ ଙ୍କ ଆତ୍ମାର ସଦଗତି ପାଇଁ ଆଲ୍ଲାଙ୍କ ନିକଟରେ ପ୍ରାର୍ଥନା କରିଥିଲେ। ଇଦଗା ପଡିଆ ଠାରେ ଯୁବନେତା ସଞ୍ଜୟ କୁମାର ସ୍ୱାଇଁ, ପ୍ରିୟବ୍ରତ ଖିଲାର, ପ୍ରକାଶ ପ୍ରଧାନ,ସାମ୍ବାଦିକ ପ୍ରସନ୍ନ କୁମାର ବିଶ୍ବାଳ, ବୈକୁଣ୍ଠ ସାହୁ ପ୍ରମୁଖ ମୁସଲମାନ ଭାଇ ମାନଙ୍କୁ ଇଦ୍ ମୁବl ରକ ଜଣାଇ ଥିଲେ। ହାପିଜ ଓକlରି ନୀୟାମତ ହୁସେନ, ଅମଜାଦ ହୋଷେନ ମହମ୍ମଦ ଅୟାସ, ରିୟାଜୁଦ୍ଦିନ ଖାଁ, ମଶିର ଆଲ୍ଲlମ୍, ସେକ ସବିରୁଦ୍ଦିଁନ, ମହମ୍ମଦ ମୁନସର, ମହମ୍ମଦ ରିଆଜ୍, ଅବଦୁଲ ହନାନ, ଆୟୁବ ହୋଷେନ୍, ଗାୟାସୁଦ୍ଦିଁନ ରାଜା ଖାଁ, ସିକନ୍ଦର ଆଲାମ, ପ୍ରମୁଖ ନମାଜ ପାଠ ପରିଚାଳନା କରିଥିଲେ। ସେହିପରି, ଦର୍ପଣି, ବାତ୍ତୋ, ଚlରିନଙ୍ଗଳ, ଅରଖପୁର, ନଳୀପୁର ଠାରେ ଆନନ୍ଦ ଉଲ୍ଲାସ ର ସହିତ ଇଦ୍ ଉଲ ଫିତର ପାଳିତ ହୋଇଯାଇଛି ।