

ରାୟଗଡା : ରାୟଗଡା ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଞ୍ଜନ କହଁର ଓ ବିଜେପି ଜିଲ୍ଲା ସଭାପତି ଏମ ଗୋପି ଆନନ୍ଦ ଙ୍କ ମଧ୍ଯରେ ଲାଗିଥିବା ଶିତଳ ଯୁଦ୍ଧ ଥମିବାର ନା ନେଉନାହିଁ। ବିରୋଧୀ ବିଜୁ ଜନତା ଦଳର ପ୍ରରୋଚନାରେ ଅତିରିକ୍ତ ଜିଲ୍ଲାପାଳ ନିହାର ରଂଜନ କଁଅର ମୋ ନାମରେ ମିଥ୍ଯା ଆରୋପ ଆଣିଛନ୍ତି ବୋଲି ଖୋଦ୍ ଜିଲ୍ଲା ସଭାପତି ଗୋପୀ ଆନନ୍ଦ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ବିଭିନ୍ନ ଯୋଜନା ଜିଲ୍ଲାରେ କିପରି କାର୍ଯ୍ଯକାରୀ ହେଉଛି ତାର ତଥ୍ଯ ମାଗିବାରୁ ଅତିରିକ୍ତ ଜିଲ୍ଲାପାଳ ଉତକ୍ଷିପ୍ତ ହୋଇଯାଇଛନ୍ତି। ମୁଁ କୈଣସି ସ୍ଥାନରୁ ଚାନ୍ଦା ଆଦାୟ କରୁନାହିଁ ଯଦି ଏକଥା ସତ୍ଯ ତେବେ ଏହାର ଅନୁସନ୍ଧାନ କରାଯାଉ ବୋଲି ସଭାପତି ଦାବି କରିଛନ୍ତି। ଜିଲ୍ଲା ବିଜେପି ସଭାପତି ଓ ଅତିରିକ୍ତ ଜିଲ୍ଲାପାଳ ଙ୍କ ମଧ୍ଯରେ ଲାଗିଥିବା ବିବାଦ କୁ ନେଇ ଉଭୟ କଂଗ୍ରେସ ଓ ବିଜେଡି ଜିଲ୍ଲାରେ ମାଇଲେଜ୍ ନେବାକୁ ଉଦ୍ଯମ କରୁଛି ବୋଲି ଅଭିଯୋଗ ହୋଇଛି। ତେବେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ମୁଁ କୈଣସି ଜାତିଆଣ ମନୋଭାବ ରଖି ଟିପଣି ଦେଇନଥିବା ବେଳେ ସେ ମୋ ନାମରେ ମିଥ୍ଯା କେସ୍ କରିଛନ୍ତି। ଜିଲ୍ଲାର ବିକାଶ ରେ ଯଦି କୈଣସି ସରକାରୀ ଅଧିକାରୀ ବାଧା ସୃଷ୍ଟି କରେ ତେବେ ଭାଜପା ଦଳ ତାହାକୁ ବରଦାସ୍ତ କରିବ ନାହିଁ ବୋଲି ସଭାପତି ଗୋପୀ ଆନନ୍ଦ କହିଛନ୍ତି। ଏନେଇ ଏକ ପ୍ରତିନିଧି ଦଳ ଶୁବଶୀଘ୍ର ରାୟଗଡା ଏସପିଙ୍କୁ ସାକ୍ଷାତ କରି ଘଟଣାର ସତ୍ଯାସତ୍ଯ ବାହାର କରିବା ପାଇଁ ଏକ ଦାବିପତ୍ର ପ୍ରଦାନ କରିବ ବୋଲି ଦଳ ପକ୍ଷରୁ କୁହାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ଯମାନଙ୍କ ମଧ୍ଯରେ ରାୟଗଡା ବିଜେପି ବିଧାୟକ ପ୍ରାର୍ଥୀ ଵସନ୍ତ ଉଲାକା ବିଷମ କଟକ ବିଧାୟକ ପାର୍ଥି ଜଗନ୍ନାଥ ନୁଢୃକା ଗୁଣୁପୁର ବିଧାୟକ ପାର୍ଥି ତ୍ରିନାଥ ଗମାଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।