ଜାତୀୟ ଶହୀଦ ଦିବସ (୨୩ ~ ମାର୍ଚ୍ଚ)

ସମାଜ ସଂସ୍କାରେ ଦେଶ ଜାତି ହିତେ
ଯା’ର ପ୍ରାଣ ବିସର୍ଜନ,
ସେହି ଜନ ପ୍ରାପ୍ତ ଶହୀଦ ମାନ୍ଯତା
ଲଭେ ଦେଶର ସମ୍ମାନ ।

ଆଇନ ଶୃଙ୍ଖଳା ହେଲେ ବ୍ଯତିକ୍ରମ
ସମାଜରେ ଆନ୍ଦୋଳନ,
ଗଣତନ୍ତ୍ର ଦେଶେ ଅଧିକାର ପ୍ରାପ୍ତେ
ସଂଗ୍ରାମ ହୁଏ ଭୀଷଣ ।

ଦେଶ ସ୍ବାଧୀନତା ଆନ୍ଦୋଳନେ ନେତା
ବ୍ରିଟିଶ ହାତେ ମରଣ,
ଦେଶ ସୁରକ୍ଷାର ନିହତ ସୈନିକ
ପ୍ରାପ୍ତ ଶହୀଦ ସମ୍ମାନ ।

ସନ୍ତ୍ରାସ ବିପଦ ଅଗ୍ନିକାଣ୍ଡ ଅବା
ପ୍ରାକୃତିକ ବିପର୍ଯ୍ୟୟ,
ମାନବ ଉଦ୍ଧାର କାର୍ଯ୍ଯକ୍ରମ ବେଳେ
ଉଦ୍ଧାରକାରୀ ବିଲୟ ।

ଦେଶ ଜାତି ପାଇଁ ପ୍ରାଣ ବଳି ଦେଇ
କର୍ମୀ’ଠାରୁ ସଇନିକ,
ଅମର ମରଣ ଶହୀଦ’ର ମାନ୍ଯ
ଦିବସ ହୁଏ କାରକ ।

ଲାହୋର ଜେଲରେ ବନ୍ଦୀଙ୍କୁ ଫାଶୀରେ
ଝୁଲାଇ ମାରେ ବ୍ରିଟିଶ,
ଊଣେଇଶ ଶହ ଏକତ୍ରିଶ ମାର୍ଚ୍ଚ
ତେଇଶି ଘଟଣା ଅଂଶ ।

ତେଇଶି ତାରିଖ ମାର୍ଚ୍ଚ ଯେ’ ଜାତୀୟ
ମାନ୍ଯ ଶହୀଦ ଦିବସ,
ଶୁକ ରାଜଗୁରୁ ଭଗତ ସମ୍ମାନେ
ଶ୍ରଦ୍ଧା ପ୍ରକଟ ବିଶେଷ ।

ଆସ ସର୍ବେ ଭ୍ରାତ ଭଗ୍ନୀ ଏ ଦେଶର
ସୃଜି ସୃଜନ ସୁନ୍ଦର,
ଭାରତମାତାର ଅମୃତ ସନ୍ତାନ
ହେବା ଜାତି କର୍ଣ୍ଣଧାର ।

ଭାରତ-ମାତାର ଶହୀଦମାନଙ୍କ
ଆତ୍ମା ସ୍ବର୍ଗପୁରେ ବାସ,
ହୃଦ ଶ୍ରଦ୍ଧାଞ୍ଜଳି ସଦ୍ଗତି ଓଁ ଶାନ୍ତି
ଭାଳେ ଶମ୍ଭୁନାଥ ଦାସ ।

ଶମ୍ଭୁନାଥ ଦାସ (ମୁଖ୍ଯ ସମ୍ପାଦକ : ଅଭିଯାନ )
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

Leave a Reply

Your email address will not be published. Required fields are marked *