
କଟକ : ତା ୨୩.୦୩.୨୫ରିଖ ବିଜ୍ଞାନ ପ୍ରଚାର ସମିତିର ଏକ ଅଧିବେଶନ ଆଜି ଦୋଳମୁଣ୍ଡାଇ ସ୍ଥିତ କାର୍ଯ୍ୟାଳୟ ପରିସରରେ ସଭାପତି ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ସମିତିର ନୂତନ ପୁସ୍ତକ ପ୍ରକାଶନ ନିମନ୍ତେ ଏଥିରେ ଏକ ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ରିଡ଼ାଥନ୍ – ୪ ଆୟୋଜନ କରାଯାଇ ମୋଟ ୯ ଟି ପ୍ରବନ୍ଧ ପାଠ କରାଯାଇଥିଲା। ଡଃ. ସୁବାସିନୀ ଲେଙ୍କା ‘ପଲିମର ର ଆରମ୍ଭ’ ଡଃ ଭାରତୀ ବେହେରା ‘ ଜୀବନ ଓ ଆଲୋକଶ୍ଲେଷଣ ‘, ଡଃ ହେମନ୍ତ ପରିଡା ‘ ଆଲର୍ଜି – ଅତି ସମ୍ବେଦନଶୀଳତା ର ପରିପ୍ରକାଶ ‘, ଡଃ ସଚ୍ଚିଦାନନ୍ଦ ଶତପଥୀ ‘ ଫ୍ରିଜର ଯତ୍ନ ଶ୍ରୀ ମହେନ୍ଦ୍ର କୁମାର କାୟସ୍ଥ ନାନୋ ରୋବୋଟ, ଡଃ ଆଶୁତୋଷ ଦେବତା ପ୍ରକୃତି ର ସନ୍ତୁଳନ , ଡଃ ଧରଧର ଜେନା ପ୍ଲାଷ୍ଟିକ ପ୍ରତିରୋଧକାରୀ ଅଣୁଜୀବ , ସୌଭାଗିନୀ ରାୟ ଜନ୍ମରୁ ବାପା ମାଆ ଛେଉଣ୍ଡ ଜୀବ* ଡାକ୍ତର ନିତ୍ୟାନନ୍ଦ ସ୍ୱାଇଁ ଙ୍କ ପ୍ରବନ୍ଧ ଶାଶୂ – ବୋହୂ ସମ୍ପର୍କ, ଶ୍ରୀ ବ୍ରଜବନ୍ଧୁ ପୃଷ୍ଟି ଙ୍କ ପ୍ରବନ୍ଧ ହେନେରିଚ୍ ରୁଡଲଫହର୍ଜ ‘ପାଠ କରାଯାଇଥିଲା । ଅଧିବେଶନରେ ବିବରଣୀ ପାଠ କରିଥିଲେ ସମ୍ପାଦକ କବିତା ପାଟ୍ଟଶାଣୀ। ଧନ୍ୟବାଦ ଅର୍ପଣ କରିଥିଲେ ଯୁଗ୍ମ ସମ୍ପାଦକ ଶ୍ରୀ ଅରବିନ୍ଦ କର। ଅନ୍ୟାନ୍ୟ ଆଲୋଚନା ରେ ସହଯୋଗ କରିଥିଲେ ଡଃ ଦେବେନ୍ଦ୍ର ନାଥ ସାହୁ, ଡଃ ଶିବ ଶଙ୍କର ନାୟକ, ଡଃ ସୁଲିପ୍ତ କୁମାର ମହାନ୍ତି , ଇଂ ଧୀରେନ୍ଦ୍ର କୁମାର ବିଶ୍ବାଳ, ଡଃ ଅକ୍ଷୟ କମାର ମିଶ୍ର।