ନାରୀ

ମାଆ ରୂପେ ନାରୀ କନିଆ ଭ୍ରୁଣକୁ
କୋରଣା ରେ ଦିଏ କୋରି
ବୋହୂ ରୂପେ ନାରୀ ଶାଶୁକୁ ଦେଉଛି
ବୃଦ୍ଧା ଶ୍ରମ ରେ ବଳୀ
ବୃଦ୍ଧା ଶ୍ରମ ରେ ବଳୀ
ନାରୀ ର ବଇରୀ ନାରୀ
ନାରୀ ହେଉଛନ୍ତି
ନାରୀ ଜନମ ରୁ ପାରି
ନାରୀ ଜନମ ରୁ ପାରି —–
ନାରୀ ଟିଏ ଆଜି ଅନ୍ୟ ନାରୀର
ସାଜୁ ଅଛି ସଉତୁଣୀ
ନିଜ ସ୍ବାର୍ଥ ପାଇଁ ସବୁ ଭୁଲିଯାଇ
ହୁଏ ବାର ବିଳାସିନୀ
ପିଲା ଛୁଆ ଛାଡି ପର ପୁରୁଷ କୁ
ନେଉଅଛି ଆଜି ବରି
ନାରୀ ର ବଇରୀ ନାରୀ
ନାରୀ ହେଉଛନ୍ତି ନାରୀ
ନାରୀ ଜନମ ରୁ ପାରି —-
ଦିନର ଆଲୋକ ଦେଖିବା ପୂର୍ବରୁ
ପଡୁ ଅଛି ସେତ ବଳୀ
ଲିଙ୍ଗ ନିରୂପଣ ଅବୈଧ ଗର୍ଭ ପାତକୁ
ନେଇଛି ଆଜି ଆଦରି
କନ୍ୟା ଭ୍ରୁଣହତ୍ୟା ବ୍ୟାପି ଚାଲି ଅଛି
ସତେକି ସେ ନଈ ବଢ଼ି
ସତେକି ସେ ନଈ ବଢ଼ି
ନାରୀ ର ବଇରୀ ନାରୀ
ନାରୀ ହେଉଛନ୍ତି
ନାରୀ ଜନମ ରୁ ପାରି
ନାରୀ ଜନମ ରୁ ପାରି —–
———–END———–
ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *