
କଟକ : କଟକ ସଦର ଅଞ୍ଚଳ ଜଣାଶୁଣା ବିଶିଷ୍ଟ ଭଗବତ୍ ପ୍ରେମରେ ଜଡିତ ଓ ବନ୍ଧୁ ବତ୍ସଳ ବରିଷ୍ଠ ନାଗରିକ ଅଭିରାମ ପତିଙ୍କ କଟକ ସଦର ବୟାଳିଶ ମଉଜା ଏରଞ୍ଚ ଗ୍ରାମ ସ୍ଥିତ ନିଜ ବାସଭବନରେ ତା ୧୪/୦୩ ରିଖ (ଶୁକ୍ରବାର) ରାତ୍ର ୧୦ ଘଟିକାରେ ଦେହତ୍ୟାଗ କରିଛନ୍ତି । ଶେଷ ଯାତ୍ରା ବେଳକୁ (୮୭) ବର୍ଷ ବୟସ। ସେ ବ୍ରାହ୍ମଣ କୂଳରେ ଜନ୍ମିଥାଏ ମାଟି ମା’କୁ ନିଜର କରି ପୈତୃକ ବୃତ୍ତିରେ ରହି ବିଭିନ୍ନ ସମାଜସେବୀ ସଂଗଠନ ସହ ଭଗବତ୍ ପ୍ରୀତି ବୁଡି ରହିଥାନ୍ତି। ଗାଆଁ ଠାରୁ ଆରମ୍ଭ ସହର ପର୍ଯ୍ୟନ୍ତ ସମସ୍ତଙ୍କ ପ୍ରିୟ ଥିଲେ। ବାଟରେ ଚାଲିଗଲା ବେଳେ ଅଭିରାମ ନନା ବୋଲି ସମସ୍ତେ ତାକୁ ଡାକ ପକାନ୍ତି। ଏହି ହେଉଛି ମଣିଷଟିଏ। ସେ ଜଣେ ଛାତ୍ର ବତ୍ସଳ ସହିତ ନଦୀଆ କୀର୍ତ୍ତନ କରି ଭାଇ ଚାରାକୁ ବଞ୍ଚାଇ ରଖି ଏହି ଅଞ୍ଚଳର ସୁନାମ ଆଣିଥିଲେ। ସଂପୂର୍ଣ ଜୀବନରେ ସରଳତା ଏବଂ ସାଧୁତାକୁ ପାଥେୟ କରି ସମାଜରେ ପ୍ରେରଣାର ଉତ୍ସ ସାଜିଥିଲେ। ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲେ । ଶେଷ ଶଯ୍ୟାରେ ନିକଟରେ ପୁଅ ଅଶୋକ କୁମାର ପତି, ପୁତ୍ରବଧୁ ଲୋପାମୁଦ୍ରା, ଝିଅ ଅନିମା,ଜ୍ବାଇଁ ମନୋରଞ୍ଜନ, ରବିନାରାୟଣ , ସଂଜୁ,ପୁପୁନା, ନାତି ନାତୁଣୀ ଏବଂ ଆତ୍ମୀୟ ସ୍ୱଜନ ଉପସ୍ଥିତ ରହି ଶେଷକୃତ୍ୟ ଖାନନଗର ଶ୍ମଶାନରେ ସମ୍ପାଦନ କରାଯାଇଥିଲା। ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି