ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଚୟନ —କାନ୍ତରି ସଭାପତି, ସମ୍ପାଦକ ସୁଦାମ ।

ଛତ୍ରପୁର : ୧୭.୦୩.୨୫

(ମିଥୁନ ବାରିକ୍)

ଛତ୍ରପୁର : ଗଞ୍ଜାମ ଏନଏସି ଅନ୍ତର୍ଗତ ୱାର୍ଡ ନ ଆଠ ଓ ନଅ ପୁଇଁତୋଳା ନୂତନ ଗ୍ରାମ୍ୟ କମିଟି ଚୟନ ରବିବାର ମା ଗଙ୍ଗାଦେବୀ ପୀଠରେ ଅନୁଷ୍ଠିତ ହୋଇଥିଲା l ସୁଦାମ ଚରଣ ଜେନାଙ୍କ ସଭାପତିତ୍ୱରେ ନୂତନ କମିଟି ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା l ସଭାପତି କାନ୍ତରି ଦଳାଇ , କାର୍ଯ୍ୟକାରୀ ସଭାପତି ଗୌରୀ ଶଙ୍କର ବାରିକି, ଉପସଭାପତି ଭଗବାନ ପ୍ରଧାନ, ସମ୍ପାଦକ ସୁଦାମ ଜେନା, ସହ ସମ୍ପାଦକ ବିଶ୍ୱଭୂଷଣ ଦଳାଇ, କୋଷାଧକ୍ଷ ରଙ୍କ ନାଥ ପଲାଇଙ୍କୁ ସର୍ବ ସଂମତି କ୍ରମେ ଦାୟିତ୍ୱ ବହନ କରାଯାଇଛି l ଏଥିସହ କାର୍ଯ୍ୟକାରୀ ସଦସ୍ୟ ହରି ବିଶ୍ୱାଳ, ପ୍ରକାଶ ରାଉଳ, ଜିତେନ୍ଦ୍ର ପଲାଇ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଥିଲା l ଏହି କମିଟି ଗ୍ରାମର ବିଭିନ୍ନ ସମସ୍ୟା ଓ ଉର୍ନତି କରଣ ପାଇଁ କାର୍ଯ୍ୟ କରିବେ l ତତ ସଙ୍ଗେ ସଙ୍ଗେ ମା ଠାକୁରାଣୀ ମନ୍ଦିର ପୁନଃ ଉଦ୍ଧାର ପାଇଁ ମଧ୍ୟ ଏକ କମିଟି ଗଠନ କରାଯାଇଛି l ଶିବରାମ ଜେନା କୋଷାଧକ୍ଷ, ବିଶ୍ୱଭୂଷଣ ଦଳାଇ ଆବାହକ ଚୟନ ହୋଇଥିଲା l କାର୍ଯ୍ୟକାରୀ ସଦସ୍ୟ ଭାବେ ସୁରେନ୍ଦ୍ର ପଲାଇ, ନାରାୟଣ ତରାଇ ପ୍ରମୁଖ ଦାୟିତ୍ୱ ନ୍ୟସ୍ତ କରାଯାଇଥିଲା l

Leave a Reply

Your email address will not be published. Required fields are marked *