
କଟକ : ଚୈତ୍ର ଶୁକ୍ଳ ପ୍ରତିପଦ ଦିନ ସୃଷ୍ଟିର ପ୍ରାରମ୍ଭ। ଏହି ଦିବସକୁ ହିନ୍ଦୁ ନବବର୍ଷ ଭାବରେ ପାଳନ କରାଯାଏ ।ଏହି ପବିତ୍ର ହିନ୍ଦୁ ନବବର୍ଷ ପାଳନ ଉପଲକ୍ଷେ ମେରିଆ ବଜାରସ୍ଥିତ ସ୍ୱର୍ଗତ ରାମବିଳାଶ ଶର୍ମାଙ୍କ ବାସଭବନରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅଧ୍ୟକ୍ଷ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଅଧ୍ୟକ୍ଷତା କରିଥିଲେ। ଆବାହକ ଶ୍ରୀଯୁକ୍ତ ଭାଗବତ ସାହୁ ଉକ୍ତ ନବବର୍ଷ ପାଳନର ଉଦ୍ଦେଶ୍ୟ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ। ଏହି ଆଲୋଚନା ସଭାରେ ସଭାପତି କିଶୋର ମହାନ୍ତି, କାର୍ଯ୍ୟକାରୀ ସଭାପତି ଦେବା, ସଂପାଦକ ପରୀକ୍ଷିତ ମହାରଣା,କୋଷାଧ୍ୟକ୍ଷ ରଶ୍ମି ରଞ୍ଜନ ନାୟକ,ଜିତେନ୍ଦ୍ର କୁମାର ପଣ୍ଡା ,ବିଶ୍ୱଜିତ ନାୟକ, ଦୁର୍ଲଭ ମହାରଣା, ପାରସ ନାଥ ସାହୁ, ମନୋଜ ଶର୍ମା, କିଶନ ଶର୍ମା, ଶିବ ନାରାୟଣ ନାୟକ ପ୍ରମୁଖ ଉପସ୍ଥିତ ହୋଇ ଆଗାମୀ ଦିନର କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରିଥିଲେ। ଆସନ୍ତା ତା -୩୦।୦୩।୨୦୨୫ରିଖ ରବିବାର ଚୈତ୍ର ଶୁକ୍ଳ ପ୍ରତିପଦ ତିଥିରେ ପାଳନ କରାଯିବ। ମଠ ,ମନ୍ଦିର ତଥା ସମସ୍ତଙ୍କ ଗୃହ ଫୁଲ ଓ ଆଲୋକରେ ସଜେଇ ଗୋଟିଏ ଲେଖାଏଁ କଳସ ସ୍ଥାପନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିବାକୁ ପରାମର୍ଶ ଦେଇଥିଲେ। ଏଥିପାଇଁ ବଙ୍ଗାଳୀ, ତେଲୁଗୁ, ମାରୱାଡି, ଗୁଜୁରାଟୀ, ଓଡ଼ିଆ, ସମସ୍ତ ଚାରଣ ଗୋଷ୍ଠୀ, ପତଞ୍ଜଳି ଯୋଗ ସମିତି, ହିନ୍ଦୁ ସେନା, ଆଖଡା ସଂଘ, ସଂକୀର୍ତ୍ତନ ମଣ୍ଡଳୀ ପ୍ରଭୃତି ପଦଯାତ୍ରାରେ ଯୋଗ ଦେବେ। ଏହି ଶୋଭାଯାତ୍ରା ମାଛୁଆ ବଜାର ସହୀଦ ପାର୍କ ନିକଟରୁ ବାହାରି ଚୌଧୁରୀ ବଜାରସ୍ଥିତ ମାରୁତି ମଣ୍ଡପରେ ଶେଷ ହେବ। ସେଠାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଅନେକ ସଂଖ୍ୟାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି। ଶେଷରେ ସମସ୍ତେ ପ୍ରଖ୍ୟାତ ହିନ୍ଦୁ ନେତା ସ୍ୱର୍ଗତ ରାମବିଳାଶ ଶର୍ମାଙ୍କୁ ମନେ ପକାଇ ସର୍ଦ୍ଧାଞ୍ଜଳି ଅର୍ପଣ କରିଥିଲେ