ରାତିରେ ଗାଡିଚଳାଇବା କଷ୍ଟକର କହିଲେ ସେମିଲିଗୁଡା ମୋଟର ଚାଲକ ଡ୍ରାଇବାର ମହା ସଂଘ

କୋରାପୁଟ : କୋରାପୁଟ ଜିଲ୍ଲାରେ ପ୍ରତ୍ୟେକ ବାଲିଘାଟରେ ରାତ୍ରିରେ ଲୋଡିଙ୍ଗ ଓ ଟ୍ରାନ୍ସପୋଟିଙ୍ଗ ହେଉଛି।ତେଣୁ ସବୁବେଳେ ରାତ୍ରିରେ ଗାଡ଼ି ଚଲେଇ ଚଲେଇ ଆମ୍ଭେ ରାସ୍ତାରେ ରହିବା ସମସ୍ୟା ଠାରୁ ସବୁବେଳେ ବିପଦ ପଥରେ ହିଁ ଗତି କରୁଛୁ। ଦିନକୁ ପ୍ରାୟ ବାଲି ଘାଟରୁ ୯ ଠାରୁ ବାହାରି ବାଟରେ କେବେ ଖାଇବା ମିଳୁଛି ତ କେବେ ନାହିଁ। ରାତ୍ର ୯ ଘୋଂଟିକା ଠାରୁ ସକାଳ ୧୦ ଘୋଂଟିକା ଭିତରେ ୧୫୦ରୁ ୨୦୦ କିମି ଯାଇ ଲୋଡିଙ୍ଗ କରିବା କଷ୍ଟକର ହେଉଛି।ଏଣୁ ଯଦି ରାତ୍ରିରେ ବାଲି ଲୋଡିଙ୍ଗ ଓ ଟ୍ଟ୍ରାନ୍ସପୋର୍ଟ ର ହୁଏ ତାହା ହେଲେ ଆମ୍ଭେ ସଂପୂର୍ଣ୍ଣ ଚଳେଇ ପାରିବୁ ନାହିଁ। ରାତ୍ର କାଳରେ ଥାନା ବାବୁ ମାନେ ଗାଡ଼ି ଅଟକାଇ ସିଧା ଡ୍ରାଇଭର ମାନଙ୍କୁ ହାଜାତରେ ପୁରାଇଦେଇ ଚୋର ବୋଲି ବ୍ୟବହାର କରୁଛନ୍ତି। ଆମ୍ବ ମାନଙ୍କୁ ଗଭୀର ଆଘାତ ପହଞ୍ଚୁଛି ତେଣୁ ଏଇ ସମସ୍ୟା ବାବଦ ରେ କୋରାପୁଟ ଜିଲ୍ଲା ପାଳଙ୍କୁ ମୋଟର ଚାଲୋକ ସଂଘ ଦାବି ପତ୍ର ଦେଉଥିବା ସୂଚନା ମିଳିଛି. ଏସବୁର ସମାଧାନ ମଧ୍ୟ କରାଯାଉ ବୋଲି ସଂଘ ପକ୍ଷରୁ ସୂଚନା ଦେଇଛନ୍ତି।ଏହି ସବୁର ଯଥାଶୀଘ୍ର ସମାଧାନ ନ କରନ୍ତି।ତାହାହେଲେ ଆମ୍ଭେ ଗାଡ଼ି ଚଳାଇବା ବନ୍ଦ କରିବା ସହିତ ଜିଲ୍ଲା ପ୍ରଶାସନ ନିକଟରେ ଅନିଦିଷ୍ଟ କାଳ ପର୍ଯ୍ୟନ୍ତ ଅନଶନବସିବୁ ବୋଲି ସଂଘ ପକ୍ଷରୁ କହିଛନ୍ତି. ଏଥିପ୍ରତି ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *