ହୋଲି

ଫଗୁଣ ର ଏହି
ପ୍ରିତୀ ଭରା ରଙ୍ଗ
ଆସେ ବରସକେ ଥରେ
ରଙ୍ଗ ବେରଙ୍ଗର
ପ୍ରେମ ର ମାଧୂଜ୍ୟ
ପ୍ରାଣ ପୁଲକିତ କରେ
ଫଗୁଣ ର ଏହି ———

ଆସ କୁନା ମୁନା ଟୁକୁନା ବାବୁଲା
ଖେଳିବା ରେ ହୋଲି ଖେଳ
ରାଗ ରୁଶା ମାନ ଅଭିମାନ ଛାଡି
ବସିବା ସାଙ୍ଗ ବଉଳ
ମାଦକ ଦ୍ରବ୍ୟ ଠୁ ଦୂରେଇ ରହିବା
ହେବା ପ୍ରତିଜ୍ଞା ବଧରେ
ଫଗୁଣ ର ଏହି ——-
ରାଧା କୃଷ୍ଣଙ୍କ ର ଯୁଗଳ ମୂରତି
ରଙ୍ଗ ବେରଙ୍ଗର ମେଢ଼
ହୋଲି ର ମେଲଣ ଗାଁ ପଡ଼ିଆରେ
ସତେକି ବୈକୁଣ୍ଠ ପୁର
ସ୍ନେହର ପରସ ସଭିଙ୍କ ଆଶିଷ
ବିରାଜୁ ସର୍ବ ଗୃହରେ
ଫଗୁଣ ର ଏହି ———-

ହାପି ହୋଲି କହି ପ୍ରଣାମ କରିବା
ଗରୁ ଗୁରୁଜନ ଙ୍କୁ
ଜୀବନ ଯାକର ସବୁ ଅପରାଧ
କ୍ଷମା କରିଦିଅ ପ୍ରଭୂ
ଦୋଳ ପୂର୍ଣ୍ଣିମା ରେ ଦୋଳ ଗୋବିନ୍ଦଙ୍କୁ
ଏତିକି କାମନା କରେ
ଏତିକି କାମନା କରେ
ଫଗୁଣ ର ଏହି ——-
——————–
ନିରୁପମା ସ୍ୱାଇଁ
ବାରିପଦା ମୟୂରଭଞ୍ଜ

Leave a Reply

Your email address will not be published. Required fields are marked *