
ଦୁର୍ଘଟଣା ହେଲେ ବହୁତ ଯନ୍ତ୍ରଣା
ଡାକ୍ତର ପ୍ରଭୁ ଈଶ୍ୱର
ସେବାରେ ଭକତି ଜନ ଉପକାର
ଜୀବନ ସେବା ତାଙ୍କର।
ଏମିତି କରୁଣା ପ୍ରଭୁ ତାଙ୍କ ସେବା
ଜୀବନେ ଭୁଲିବା ନାହିଁ
କହନ୍ତି ଜଗତେ ଜନତା ଈଶ୍ୱର
ସେବା ଚିରଦିନ ପାଇଁ।
ଦୁର୍ଘଟଣା ସ୍ଥାନ ଜୀବନ ଉଦ୍ଧାର
ସର୍ବ ଜନ ସମାଗମ
ଜନ ଲାଗି ପଡେ ପଥ ଛାଡି ଦିଏ
ଡାକନ୍ତି ପ୍ରଭୁ ଶ୍ରୀରାମ।
ଏ ମାନଗୋବିନ୍ଦ ଦୁଃଖଦ ସମ୍ବାଦ
ଭାଗ୍ୟରେ ଘଟିବା ଥିଲା
ମୁ କି ଦୋଷ କଲି ମନ୍ଦିରେ ବସିଚ
ଦଣ୍ଡ ପାପି ପାଉ ଭଲା।
କ୍ଷଣିକ ଭିତରେ ଦୁର୍ଘଟଣା ଯାନ
ଉଭାନ କୁଆଡେ ଗଲା
ଥାନା ଅଧିକାରୀ ଯାନ ଧରି ଦେଲେ
ଚାଳକ ସବୁ ମାନିଲା।
——————-
ମାନଗୋବିନ୍ଦ ସ୍ବାଇଁ
ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା