

କଟକ – ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ସ୍ଥାନୀୟ ତୁଳସୀ ପୁର ସ୍ଥିତ ଶାରଳା ଭବନଠାରେ ମହିଳା ସ୍ବୟଂ ଶ୍ରୀ ମହିଳା ସମବାୟ ସମିତି ଆନୁକୁଲ୍ୟରେ ମହିଳା ଦିବସ ପାଳନ କରାଯାଇଥିଲା। ସ୍ବୟଂ ଶ୍ରୀ ମହିଳା ସମବାୟ ସମିତିର ସଭାପତି ପୂର୍ଣ୍ଣିମା ସିଂ ଉପସ୍ଥିତ ରହି ସଭାକାର୍ଯ୍ୟ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦାର୍ଶନିକ, ଓଡ଼ିଶା ରତ୍ନ ପ୍ରଫେସର ନୀଳକଣ୍ଠ ରାଉତ ଯୋଗ ଦେଇ ଆଜିର ନାରୀ ସହିତ ଅନେକ ସେବା କ୍ଷେତ୍ରରେ ସମକକ୍ଷ ହେବା ସହିତ ଅନେକ ମହତ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ବୋଲି ସଭାରେ ମତପ୍ରକାଶ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ସରୋଜିନୀ ଷଡ଼ଙ୍ଗୀ, ଆଇପିଏସ୍ ରାଜକିଶୋର ଦାସ ମୀନରବ ପଣ୍ଡା, ଶ୍ରୀମତୀ ବବିତା ସାହୁ ଶୁଭଦ୍ରା ଦାସ,ଶରତ ଚନ୍ଦ୍ର ମଲ୍ଲିକ ସଭାରେ ଉପସ୍ଥିତ ରହି ନାରୀମାନେ କିଭଳି ଭାବରେ ସମାଜରେ ଅସହାୟ ଭାବନା ନ ଭାବି ଅନ୍ୟ ମାନଙ୍କ ମଧ୍ୟରେ ସ୍ବାବଲମ୍ବୀ ହୋଇପାରିବେ ସେଥିନିମିତ୍ତ ପ୍ରୋତ୍ସାହନ ପାଇଲେ ଆଗକୁ ବଢ଼ାଇବା ପାଇଁ ମତ୍ତ ରଖିଛନ୍ତି। ସଭାରେ ଜୟଶ୍ରୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।