

କଟକ – ତା୧୧-୦୩-୨୦୨୫ ରିଖ ଫଗୁ ଦଶମୀ ତିଥିରେ କଟକ ୫୨ ନଂ ୱାଡ଼ର୍ ସର୍ବ ମଙ୍ଗଳା ମହଲା ସେବା କମିଟି ରାଜେନ୍ଦ୍ର ନଗର ପକ୍ଷରୁ ସଂକୀର୍ତ୍ତନ ମଣ୍ଡଳୀ ସହିତ ଦୋଳ ଶୋଭାଯାତ୍ରା ବାହାରି ସାହି ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରା ପ୍ରଥମ ଦିନ ସାହିର ବିରୋକିଶୋର ସାହୁ, ରାଜେନ୍ଦ୍ର ଷଡ଼ଙ୍ଗୀ, ରମେଶ ଚନ୍ଦ୍ର ଚୈଉଧୁରୀ, ପୂର୍ଣ୍ଣନ୍ଦୁ ମିଶ୍ର, ରାଧେଶ୍ୟାମ ରଣା, ସହିତ ସାହିରେ ଅନେକଙ୍କ ଘରକୁ ଯାଇ ଦୋଳ ଠାକୁର ଭୋଗ ଖାଇ ଥିଲେ। ଏହା ଠାକୁର ୧୧ ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ରାଜେନ୍ଦ୍ର ନଗର ୪୫୦ ରୁ ଅନେକ ଘରେ ଭୋଗ ଖାଇବେ ବୋଲି ସର୍ବ ମଙ୍ଗଳା ମହଲା ସେବା ସମିତି ପକ୍ଷରୁ ଜଣାପଡିଛି। ସୁସଜ୍ଜିତ ଦୋଳ ଠାକୁର ଅଭିର ସହିତ ବାଦ୍ୟ ବାଦନ କରୁଥିବାର ଦୃଶ୍ୟକୁ ଉପଭୋଗ କରୁଥିଲେ ଆବାଳବୃଦ୍ଧବନିତା।