

ବରଗଡ଼ :: ଆଜି ରାଷ୍ଟ୍ରୀୟ ବୌଦ୍ଧ ମହାସଭା ଓଡିଶା ରାଜ୍ୟ ତରଫରୁ ବରଗଡ଼ ଜିଲ୍ଲା ବୌଦ୍ଧ ସଭାପତି ଧୀମାନ ଜଗଦୀଶ ବୌଦ୍ଧଙ୍କ ସଭାପତିତ୍ୱରେ ଏକ ମେମୋରାଣ୍ଡମ ବରଗଡ଼ ଜିଲ୍ଲାପାଳଙ୍କୁ ଶାନ୍ତିପୂର୍ଣ ଭାବରେ ବିଜେପୁ୍ର ପଞ୍ଚାୟତ ସମିତି ଠାରେ ପ୍ରଦାନ କରିଥିଲେ l ଏହାର କାରଣ ଆମ ଭାରତବର୍ଷରେ କେତେଧର୍ମ ଯେ ରହିଛି ତାର ହିସାବ ନାହିଁ l ଏହା ଭିତରେ ବୌଦ୍ଧ ଧର୍ମ ସବୁଠୁ ଅନ୍ୟତମ, l ଏହାର ନୀତିନିୟମ ଅନ୍ୟ ଧର୍ମ ଅପେକ୍ଷାରେ ସମ୍ପୂର୍ଣ ପୃଥକ l ଏହି ଧର୍ମରେ ଦଶଶୀଳ ନୀତି ଭିତରେ ସାର୍ଥବାଦୀ ଗୋଷ୍ଠୀ ମନୁବାଦକୁ ଆପଣେଇ ଦେଶରେ ଅଶାନ୍ତିକର ବାତାବରଣ ବିସ୍ତାର କରି ଦେଇଛନ୍ତି l ଦେଶର ଏକତାକୁ ନଷ୍ଟକରି ମହା ବିଷମ ପରିସ୍ଥିତି ଉପୁଯାଉଛନ୍ତି l ଜନସମାଜର ଅଶାନ୍ତି ବାତାବରଣ ଭିତରେ ଚତୁରବର୍ଣ ବିଭେଦରେ ସ୍ୱାର୍ଥପାଇଁ କେତେବେଳେ ସମତା ତ କେତେବେଳେ ବିଛିର୍ଣ୍ଣତା ଜଣା ପଡୁଛି l ଦେଶରେ ଜାତିବର୍ଣ୍ଣକୁ ନେଇ ଫାଟରେ ରକ୍ତର ନଈ ବହିବାର ସୁଯୋଗ ନ ଦେବା ଉଚିତ,ସ୍ୱାର୍ଥ ଦିଗରେ ଜାତି ଧର୍ମ ବର୍ଣ ର ଆବଶ୍ୟକ ରହୁନାହିଁ l ଏହାର ପ୍ରମାଣ ସ୍ଵରୂପ କସ୍ତୁରବା ଗାନ୍ଧୀ କହିଥିଲେ,ଯେ
ମନାହୁଏ ଯେଉଁ ଦେଉଳ ଦୁଆର
ହରିଜନ ଯିବା ପାଇଁ
ସେ ଦେଉଳଯିବା ମହା ଅପରାଧ
ତହିଁଯେ ଦେବତା ନାହିଁ,
ଏହି ବୌଦ୍ଧ ଧର୍ମ ପନ୍ଦର ଶହ ବର୍ଷ ଶାନ୍ତିରେ ରହିବା ପରେ କେତେକ ମନୁବାଦି ନିଜ ସ୍ୱାର୍ଥ ଓ ବର୍ଣ୍ଣର ସ୍ୱାର୍ଥକୁ ନେଇ ବୌଦ୍ଧ ଧର୍ମର ବିଲୋପ କରିଥିଲେ l ଯଦ୍ୱାରା ମହାପୁରୁଷ ଭଗବାନ ବୁଦ୍ଧଙ୍କ ସ୍ୱରଣୀୟ ବୁଦ୍ଧ ବିହାର ଆଜି ମହାଦେବ ମନ୍ଦିରର ରୂପଶଯ୍ୟାରେ ବିମଣ୍ଡିତ ହୋଇ ବୁଦ୍ଧ ମନ୍ଦିରରେ ନାମିତ ହୋଇଛି l ଦୃଷ୍ଟାନ୍ତ ଭାବରେ ଦେଖିବାକୁ ଗଲେ ବରଗଡ଼ ଜିଲ୍ଲା ଅନ୍ତର୍ଗତ ଗନିଆପାଲିରେ ଶୈବପୀଠର ଦୃଷ୍ଟି ଗୋଚର ହେବାରୁ ବର୍ତମାନର ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟେଲ ଏହି ବୁଦ୍ଧ ମନ୍ଦିରକୁ ବୁଦ୍ଧଙ୍କ ଉପାସନା ହେବାକୁ ସୂଚନା ଦେଥିଲେ l ଆଜିର ଯୁଗରେ ସେହି ପରମ ପୁରୁଷ ଆରାଧ୍ୟ ବୁଦ୍ଧଙ୍କ ଅନୁସରଣରେ ମହା ମାନବମାନେ ଶିକ୍ଷା ଦିଗରେ ମନୁବାଦି ଓ ଅମାନବିକତାକୁ ସମ୍ପୂର୍ଣ ମୂଳପୋଛ କରିବାର ପ୍ରୟାସ ରଖିଛନ୍ତି l ଏହାର ବିଷୟ ବସ୍ତୁକୁ ସରକାରଙ୍କୁ ଅବଗତ କରାଇବାକୁ ଗାଇସିଲେଟରୁ ଶ୍ରୀ ଗୋଲାପ ପାଇକ, ଶ୍ରୀ ସଞ୍ଜୟ ଦୀପ ଶ୍ରୀ ପଞ୍ଚା ମହାନନ୍ଦ, ବରପାଲିରୁ ରାଜେଶ ମହାନନ୍ଦ ବିଜେପୁରରୁ ଅମୁଲ୍ୟ ସୁନା, ଶ୍ରୀ ରମାକାନ୍ତ ସୁନା ସମେତ ବୌଦ୍ଧଭିକ୍ଷୁ କାରୀମାନେ ଏକତ୍ରିତଯୋଗ ଦେଇଥିଲେ l ଉପଖଣ୍ଡ ପଦ୍ମପୁରରୁ ଫକୀର ଦୀପଙ୍କ ରିପୋର୍ଟ