କର୍କଟ ରୋଗରେ ଆକ୍ରାନ୍ତ ପରିବାରଙ୍କୁ ସହାୟତାର ହାତ ବଢେ଼ଇଲେ ସମାଜ ସେବୀ ଶଶଧର ପଣ୍ଡା

ଭୁବନେଶ୍ୱର /ଖୋର୍ଦ୍ଧା – ୧୧-୦୩-୨୦୨୫ ରିଖ କୁନି କୁନି ପିଲା ଦୁଇଟି ସହ ପତ୍ନୀ ନିବେଦିତା ସହିତ ହସଖୁସିରେ ଚଳୁଥିଲେ। କିନ୍ତୁ ଅଦିନିଆ କଳାବାଦଲ ଢାଙ୍କି ଦେଲା ବିଜୟ କୁମାର ପ୍ରଧାନଙ୍କ ପରିବାର ଲୋକଙ୍କୁ ବିଜୟ ଆଜି କର୍କଟ ରେ ଆକ୍ରାନ୍ତ। ଏହି ଖବର ଶୁଣିବା ମାତ୍ରେ କର୍କଟ ଆକ୍ରାନ୍ତ ପରିବାର କୁ ସହାୟତାର ହାତ ବଢାଇଲେ ସମାଜସେବୀ ଶଶଧର ପଣ୍ଡା। ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ପିରିଖ ପାଟଣା ଗ୍ରାମ ଅନ୍ତର୍ଗତ ବିଜୟ କୁମାର ପ୍ରଧାନ କର୍କଟ ରୋଗରେ ଆକ୍ରାନ୍ତଙ୍କୁ ‌ସାହାଯ୍ୟର ହାତ ବଢ଼ାଇ ଦେଇଛନ୍ତି ସମାଜସେବୀ ବିଶିଷ୍ଟ ଶିକ୍ଷାବିତ ସାହିତ୍ୟିକ ସମାଜ ସେବୀ ଶଶଧର ପଣ୍ଡା। ପୀଡ଼ିତଙ୍କ ପରିବାର ଲୋକଙ୍କୁ ଭେଟି ଜଗନ୍ନାଥ ପାଖରେ ପ୍ରାର୍ଥନା କରି କହିଥିଲେ ବିଜୟ କେବେ ହାର ମାନିବ ନାହିଁ। ତାଙ୍କୁ ଜଗନ୍ନାଥ ଚାହିଁଲେ ବିଜୟ ଦିନେ କର୍କଟ ରୋଗରୁ ନିଶ୍ଚିତ ବିଜୟ ହେବ।ସେ ହାତଯୋଡି ନିବେଦନ କରିଥିଲେ ଆଗାମୀ ଦିନରେ ପୀଡିତ ପରିବାରକୁ ଅଧିକରୁ ଅଧିକ ସହାୟତା ପ୍ରଦାନ ଅବ୍ୟାହତ ରହିବା ସହିତ ଅନ୍ୟାନ୍ୟ ସାମାଜିକ ଓ ବଦାନ୍ୟ ବ୍ୟକ୍ତି ବିଶେଷଙ୍କ ସହଯୋଗ ଯୋଗାଇଦେବା ପାଇଁ ମଧ୍ୟ ନିର୍ଭର ପ୍ରତିଶ୍ରୁତି ଦେଇ ଯାଇଛନ୍ତି। ସମାଜସେବୀ ତଥା ସୁସାହିତ୍ୟକ ଶଶଧର ପଣ୍ଡାଙ୍କ ଏତାଦୃଶ ମହନୀୟ କାର୍ଯ୍ୟ ପାଇଁ ବିଭିନ୍ନ ଅନୁଷ୍ଠାନ ସାଧୁବାଦ ଜଣାଉଛିନ୍ତି। ଏହି ଅଞ୍ଚଳର ବୁଦ୍ଧି ଜୀବି ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ସମାଜସେବୀ ଶଶଧର ପଣ୍ଡାଙ୍କ ସହିତ ପ୍ରତିଭା ପଣ୍ଡା,କନକ ମିଶ୍ର, ଲକ୍ଷ୍ମୀ ପ୍ରିୟା ପଣ୍ଡା ପ୍ରମୁଖ ବିଜୟଙ୍କ ବାସଭବନରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କରିଥିଲେ। ଯଦି କୋୖଣସି ସହ ହୃଦୟ ବ୍ୟକ୍ତି ସହାୟତା ରାଶି ପଠାଇବାକୁ ଚାହାନ୍ତି ତେବେ ଏହି ନମ୍ବରରେ ଯୋଗା ଯୋଗ କରିପାରିବେ।୯୭୭୮୯୦୯୭୦୦

Leave a Reply

Your email address will not be published. Required fields are marked *