
ଚଣ୍ଡିଖୋଲ :: ୯/୩(କ ବ୍ୟୁ),ବଡ଼ଚଣା ବ୍ଲକ ଅନ୍ତର୍ଗତ ଧାନମଣ୍ଡଳ ସ୍ଥିତ ହୋଲି ଯେସସ ବିଦ୍ୟାଳୟ ପରିସରରେ ଆଜି ଅନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି । ବିକେ ଏଜୁକେଶନାଲ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ଟ୍ରଷ୍ଟ ଅଧ୍ୟକ୍ଷା ସୁଶ୍ରୀ କାମିନୀ ନାୟକ । ଏଥିରେ ମୁଖ୍ୟ ଅତିଥି ଭାବେ ବିଏସ କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ପବିତ୍ର ମୋହନ ମାହାଲା ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ ପୂର୍ବକ ମହିଳା ଦିବସ ପାଳନ ସମ୍ପର୍କରେ ବିଭିନ୍ନ ଆଲୋଚନା କରିଥିଲେ । ମୁଖ୍ୟବକ୍ତା ଭାବେ ଅଧ୍ୟାପିକା ଡ଼ଃ ସୁନିତା ଆଚାର୍ଯ୍ୟ ଓ ସମ୍ମାନୀତ ଅତିଥି ଭାବେ ସାମ୍ବାଦିକ ଭକ୍ତ ଚରଣ ସାହୁ ପ୍ରମୁଖ ଯୋଗଦେଇ ମହିଳା ମାନେ ସଂସ୍କାରମୁଖୀ ହୋଇ ବିଶୃଙ୍ଖଳିତ ସମାଜକୁ ସଜାଡିବାକୁ ଆହ୍ୱାନ କରିଥିଲେ । ଏହି ଅବରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼ଃ ସୁନିତା ଆଚାର୍ଯ୍ୟ, ଅଧ୍ୟାପିକା ସଂଘମିତ୍ରା ସାହୁ, ଶିଶୁ ବିକାଶ ପ୍ରକଳ୍ପର ପରିଦର୍ଶିକା ନଳିନୀ ପ୍ରଭା ମିଶ୍ର, ସୁଗୃହୁଣୀ ସଂଯୁକ୍ତା ସାହୁ,ଶିକ୍ଷୟିତ୍ରୀ ପ୍ରଭାସିନୀ ମହାନ୍ତି, ଶ୍ରୀମତୀ ରାଉତ, ତୃପ୍ତିମୟୀ ସାମଲ, ସରସ୍ବତୀ ସାହୁ, ସ୍ୱାବଲମ୍ବୀ ମହିଳା ସୂଚସ୍ମିତା ମିଶ୍ର, ଦିପ୍ତୀରାଣୀ ବେହେରା, ପାର୍ବତୀ ଜେନା ଓ ବୈଶାଖୀ ଜେନା ପ୍ରମୁଖଙ୍କୁ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ସମସ୍ତ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶିକ୍ଷକ ଲକ୍ଷ୍ମୀଧର ମଲ୍ଲିକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଶିକ୍ଷୟିତ୍ରୀ ମୌସୁମୀ ଦାସ । ପୁନମ ଭାରତୀ, ଜ୍ୟୋତିକା ଶର୍ମା, ଶୁଭାସିନୀ ମଲ୍ଲିକ ଓ କିରଣ ଯାଦବ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।