
ପଦ୍ମପୁର : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବୁଡାମାଲ ଗ୍ରାମର ଗାୟତ୍ରୀ କଲ୍ୟାଣ ମଣ୍ଡପ ଠାରେ ଅନ୍ତର୍ଜାତୀୟ ମହିଳା ଦିବସ ୨୦୨୫ ପାଇଁ ପାଳିତ ହୋଇଯାଇଛି l ବରଗଡ଼ ଜିଲ୍ଲା ନାୱାର୍ଡ ପ୍ରବନ୍ଧକ ଶ୍ରୀଯୁକ୍ତ ହଟ କିଶୋର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ସମନ୍ମିତ ଶିଶୁବିକାସ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ଗୋଲି ରାଉତ, ସମ୍ମାନିତ ଅତିଥି ଭାବରେ ମହିଳା ପରିଦର୍ଶିକା ରୁଟ ସୁନା,ସୁଷମା ନନ୍ଦ,ଯଶୋବନ୍ତି ସାହୁ, ପଦ୍ମପୁର ବାଳିକା ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟତ୍ରୀ ନିଳୀମା ରାଣୀ ମହାନ୍ତି,ଏଲ. ଡି.ଏମ ଶ୍ରୀ ମହେଶ୍ୱର ସାହୁ,ଦେବଦତ୍ତ କ୍ଲବ ସଭାପତିଶ୍ରୀ କିଶୋର ଚନ୍ଦ୍ର ପଣ୍ଡା,ସମ୍ପାଦକ ଶ୍ରୀ କାହ୍ନୁ ଚରଣ ମାଝି,କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ l ନାବାର୍ଡ ଜିଲ୍ଲା ପ୍ରବନ୍ଧକ ଶ୍ରୀଯୁକ୍ତ ବେହେରା ନାରୀ ମାନଙ୍କ ତ୍ୟାଗ,ସେବା ଓ ବଳିଦାନର ଦିବସ ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତି ବର୍ଷ ମାର୍ଚ୍ଚ ମାସ ୮ ତାରିଖ ରେ ବିଶ୍ଵ ମହିଳା ଦିବସ ଭାବେ ପାଳନ କରାଯାଇଥାଏ । ମହିଳାଙ୍କ ସାମାଜିକ,ଆର୍ଥିକ,ସାଂସ୍କୃତିକ,ରାଜନୈତିକ ଏବଂ ଅନ୍ୟ ଉନ୍ନତି କ୍ଷେତ୍ରରେ ସଫଳତା ଓ ପାରଦର୍ଶିତା କୁ ଏହିଦିନର ମନେ ପକେଇବାର ଉଦ୍ଧେଶ୍ୟ ବୋଲି ପ୍ରକାଶ କରିଥିବା ବେଳେ ମୁଖ୍ୟ ଅତିଥି ଶ୍ରୀମତୀ ରାଉତ ନାରୀ ଏବେ ଅବଳା ଆଉ ଦୁର୍ବଳା ନୁହଁ ସେ ଶକ୍ତିର ସ୍ରୋତ ଆଉ ପ୍ରଗତିର ପଥରେ ଚାଲିବା ସମ୍ପୂର୍ଣ ସିଖିଲାଣି। ଆଜି କାଲିର ପୁରୁଷଙ୍କ ପ୍ରାଧାନ୍ୟରେ ସମାଜରେ ମହିଳା ମାନେ ସମାଜର ଏରୁଣ୍ଡିବନ୍ଧ ଡେଇଁ ସମାଜର ନେତୃତ୍ୱ ନେବା ଉଚିତ୍ ମହିଳା ମାନଙ୍କ ନେତୃତ୍ୱରେ ଯେପରି ପରିବାରର ଉନ୍ନତି ସାଧନ ହୋଇଥାଏ, lସେହିଭଳି ଭାବେ ମହିଳା ମାନେ ସମାଜ ର ନେତୃତ୍ୱ ନେଲେ ସମାଜର ଉନ୍ନତି ସାଧନ ହେବା ସହ ଗ୍ରାମାଞ୍ଚଳରୁ ଆରମ୍ଭ କରି ବିଶ୍ୱସ୍ତର ପର୍ଯ୍ୟନ୍ତ ଆଗକୁ ବଢ଼ି ପାରିବେ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି ଅବସରରେ ୧୦ ଜଣଙ୍କୁ ଅଗ୍ରଣୀ ଉଦ୍ୟୋଗୀ ମହିଳା ଭାବରେ ସମ୍ମାନିତ କରାଯାଇଥିଲା l ଏହା ପରେ ହୁଳହୁଳି ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଥିଲା ଏଥିରେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମହିଳା ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ଅତିଥିମାନେ ସମ୍ମାନିତ କରିଥିବା ବେଳେ ଶେଷରେ ଶ୍ରୀଯୁକ୍ତ ଶେଷଦେବ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l ପଦ୍ମପୁର ଉପଖଣ୍ଡରୁ ଫକୀର ଦୀପଙ୍କ ରିପୋର୍ଟ l