ଯାହା ପାଇଁ ସମସ୍ତେ ପାଗଳ

ଅନେକ ରଂଗ ତା’ର
ଗୋଟିଏ ବି ହୁଏ ନାହିଁ ଦେଖି,
ଭିନ୍ନ ଭିନ୍ନ ଗନ୍ଧ ତା’ର
ଗୋଟିଏ ବି ହୁଏ ନାହିଁ ବାରି,
ବିଭିନ୍ନ ସ୍ବାଦ ତା’ର
ଗୋଟିଏ ବି ହୁଏନା ପ୍ରକାଶି,
ପାହାଡ଼ ପରି ଦଣ୍ଡାୟମାନ
ଜଣା ନ ପଡ଼ଇ ସ୍ଥିତି,
ସାଗର ପରି ତା’ ବିସ୍ତୃତି
କିନ୍ତୁ ହୁଏ ନାହିଁ ମାପି !

ତେଜୀୟାନ ଅଟେ କିନ୍ତୁ
ଜ୍ଞାତ ନ ହୁଅଇ ଜ୍ଯୋତି,
ଅମାପ ଅସୀମ ପ୍ରତିଭା ତା’ର
କିନ୍ତୁ ହୁଏନା ବର୍ଣ୍ଣନା,
କୀଟ ନୁହେଁ କାମୁଡ଼େ ସେ ମଥା,
ନୁହେଁ ସେ ଆହାର କିନ୍ତୁ
କ୍ଷୁଧା-ତୃଷ୍ଣା କରେ ନିବାରଣ,
ଲହଲହ ପାଚକଖାନାରେ
ଜହ ଜହ ଗରଳ
ପାଲଟିଯାଉଛି ଅମୃତ
ଯାହା ପାଇଁ ସମସ୍ତେ ପାଗଳ !■

Leave a Reply

Your email address will not be published. Required fields are marked *