





ପାଲଲହଡା – ଶିଳ୍ପ ବହୁଳ ଅନୁଗୁଳ ଜିଲ୍ଲା ର ଶିଳ୍ପବିହୀନ ପାଲଲହଡା ବ୍ଲକ ରେ ବେକାର ଯୁବକ ଯୁବତୀ ମାନଙ୍କ ର ଦକ୍ଷତା ବିକାଶ ପାଇଁ ପୂର୍ବ ସରକାର ଏକ କୋଟି ରୁ ଉର୍ଧ ମୂଲ୍ୟ ରେ ସ୍ଥାନୀୟ କାଇଁଶୀରିପାଳ ଗ୍ରାମ ନିକଟ ରେ ପୂର୍ତ୍ତ ବିଭାଗ ଦ୍ୱାରା ଏକ ଅତ୍ୟାଧୁନିକ ଦକ୍ଷତା ବିକାଶ କେନ୍ଦ୍ର ନିର୍ମାଣ କରାଇଥିଲେ କିନ୍ତୁ ପ୍ରଶାସନିକ ଉଦାସୀନତା ପାଇଁ ଏହି ଦକ୍ଷତା ବିକାଶ କେନ୍ଦ୍ରଟି ଏବେ ଭୁତ କୋଠି ରେ ପରିଣତ ହେବାକୁ ବସିଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ର ଯନ୍ତ୍ରାଂଶ ଚୋରି ହୋଇ ଗଲାଣି , ସନ୍ଧ୍ୟା ହେଲେ ଅସାମାଜିକ ତତ୍ୱ ଙ୍କ ଆଡ୍ଡାସ୍ଥଳୀ ପାଲଟି ଯାଉଛି ଏହି କେନ୍ଦ୍ର I
ପାଲଲହଡା ବ୍ଲକ ରେ ବେକାର ଯୁବତୀ ଯୁବକ ମାନଙ୍କର ଦକ୍ଷତା ବିକାଶ ପାଇଁ ପୂର୍ବତନ ରାଜ୍ୟ ସରକାର ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ପକ୍ଷ ରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଜରିଆ ରେ 2017 ମସିହା ରେ ପ୍ରଥମ ପର୍ଯ୍ୟାୟ ରେ 66,81,199/- ଲକ୍ଷ ଟଙ୍କା ବ୍ୟୟ ଅଟକଳ ରେ ଦକ୍ଷତା ବିକାଶ କେନ୍ଦ୍ର ର ନୂତନ କୋଠା ନିର୍ମାଣ କରାଯାଇଥିଲା ଏବଂ 2021 ମସିହା ରେ ଦ୍ୱିତୀୟ ପର୍ଯ୍ୟାୟ ରେ ପାଚେରୀ, ରାସ୍ତା, ବିଦ୍ୟୁତିକରଣ ଏବଂ ଆନୁସଙ୍ଗିକ ବ୍ୟବସ୍ଥା ପାଇଁ ପାଇଁ ଜିଲ୍ଲା ଖଣିଜ ପାଣ୍ଠି ରୁ 41,86,703/- ଲକ୍ଷ ଟଙ୍କା ଏହିପରି ଭାବେ ମୋଟ ଏକ କୋଟି ରୁ ଉର୍ଧ ଟଙ୍କା ବିନିମୟ ରେ ଦକ୍ଷତା ବିକାଶ କେନ୍ଦ୍ର ର କାର୍ଯ୍ୟ ସମ୍ପୂର୍ଣ ହୋଇଥିଲା ତେବେ ଏହି ନିର୍ମାଣ କାର୍ଯ୍ୟ ଶେଷ ହେବ ପରେ ନିର୍ମାଣ କାର୍ଯ୍ୟ ହାତକୁ ନେଇଥିବା ଠିକ ସଂସ୍ଥା ପକ୍ଷ ରୁ ଏହି କେନ୍ଦ୍ର ଟିକୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯାଇଥିଲା ଏବଂ ପୂର୍ତ୍ତ ବିଭାଗ ପକ୍ଷ ରୁ 2018 ମସିହାରୁ ରୁ ବିଭିର୍ନ ସମୟ ରେ ଏହି କେନ୍ଦ୍ର କୁ ହସ୍ତାନ୍ତର ନେବାପାଇଁ ଜିଲ୍ଲା ନିୟୋଜନ ଏବଂ ଦକ୍ଷତା ବିକାଶ ଅଧିକାରୀ ଙ୍କୁ ବାରମ୍ବାର ଚିଠିଲେଖାଯାଇଥଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି କେନ୍ଦ୍ର ଟିକୁ କେହି ହସ୍ତାନ୍ତର ନେଇନଥିବା ପୂର୍ତ୍ତ ବିଭାଗ କହିଛି , ଯାହାଫଳ ରେ ରକ୍ଷଣାବେକ୍ଷଣ ଅଭାବ ରୁ ବର୍ତମାନ ଏହି କେନ୍ଦ୍ର ରୁ କବାଟ, ଝରକା, ବୈଦ୍ୟୁତିକ ଉପକରଣ, ପାଣି ପମ୍ପ ଆଦି ଚୋରି ହୋଇଯାଇଥିବାବେଳେ ଛାତ୍ର ଛାତ୍ରୀ ଙ୍କ ପାଇଁ ନିର୍ମାଣ ହୋଇଥିବା ଶୌଚାଳୟ ଭାଙ୍ଗି ରୁଜି ଗଲାଣି , ମୁଖ୍ୟ ଫାଟକ ରୁ ମୁଖ୍ୟ ଗଟେ ଟିକୁ ମଧ୍ୟ କେହି ଚୋରି କରିନେଇଥିବା ଦେଖିବାକୁ ମିଳିଛି I ଅନ୍ୟପଟେ କେହି ଜଗୁଆଳି ନଥିବାରୁ ସନ୍ଧ୍ୟା ହେଲେଏହି କେନ୍ଦ୍ର ଟି କିଛି ଅସାମାଜିକ ତତ୍ୱ ଙ୍କ ର ଅଡ୍ଡା ସ୍ଥଳୀ ରେ ପରିଣତ ହେଉଥିବା ଅଭିଯୋଗ ହୋଇଛି ତେବେ ଏହି କେନ୍ଦ୍ର ପ୍ରତି ସରକାର ଏବଂ ଜିଲ୍ଲା ପ୍ରଶାସନ ଶୀଘ୍ର ଦୃଷ୍ଟି ଦେଇ ଏହାକୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି I
ମତାମତ
ବିଭାଗୀୟ ଉଦାସୀନତା ହେତୁ ଅଞ୍ଚଳର ଯୁବ ବର୍ଗ ଦକ୍ଷତା ବିକାଶ ରୁ ବଂଚିତ ହେଉଛନ୍ତି, କୋଟିଏ ଟଙ୍କା ର ପ୍ରକଳ୍ପ କାହାରି କାମ ରେ ଲାଗୁ ନାହିଁ , ତେବେ ଜିଲ୍ଲାପାଳ ଏଠି ପ୍ରତି ତୃଟି ଦେଇ ଯଥାଶୀଘ୍ର ଏହି କେନ୍ଦ୍ର କୁ ଚାଲୁ କରନ୍ତୁ – ଦିଲୀପ କୁମାର ଉଦIବଲ, ସ୍ଥାନୀୟ ବାସିନ୍ଦା
ଯେଉଁ ଲକ୍ଷ ନେଇ ଏହି ଦକ୍ଷତା ବିକାଶ କେନ୍ଦ୍ର ଟି ନିର୍ମାଣ କରାଯାଇଛି , ତାହା ଏବେ ଲକ୍ଷ୍ୟଚ୍ୟୁତ , ସରକାର ଏବଂ ପ୍ରଶାସନ ଉଭୟ ଙ୍କ ଦାଇତ୍ୱହୀନତା ପାଇଁ ଏପରି ପରିସ୍ଥିତ ଉପୁଜିଛି ଏହାର ସମାଧାନ ଶୀଘ୍ର ହେବାସହ ଅଂଚଳ ର ବେକାର ଯୁବକ ଯୁବତୀ ଙ୍କ ପାଇଁ ଏହି କେନ୍ଦ୍ର କୁ ଶୀଘ୍ର ଚାଲୁ କରିବା ସହ ଟ୍ରେନିଂ କାର୍ଯ୍ୟକ୍ରମ ଆରମ୍ଭ କରାଯିବାର ଆବଶ୍ୟକତା ରହିଛି – ଦିବ୍ୟ କିଶୋର ଗଡ଼ନାୟକ , ସ୍ଥାନୀୟ ବାସିନ୍ଦା
ଅମେସରକାର ରେ ଥିବାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପ ଟିକୁ ପାଲଲହଡା ର ଯୁବକ ଯୁବତୀ ମାନଙ୍କ ଉଧେଶ୍ୟ ରେ ଦେଇଥିଲେ କିନ୍ତୁ ବର୍ତମାନ ର ରାଜ୍ୟ ସରକାର ଙ୍କ ଉଦାସୀନତା ପାଇଁ ଏହି କେନ୍ଦ୍ର ଟି କାର୍ଯ୍ୟକ୍ଷମ ହୋଇ ପାରୁ ନାହିଁ ତେବେ ଶୀଘ୍ର ଏହାର ସମାଧାନ ନହେଲେ ବିଜେଡି ରାଜରାସ୍ତା କୁ ଓଲ୍ହାଇବ I ମୁକେଶ କୁମାର ପାଲ , ପୂର୍ବତନ ବିଧାୟକ, ପାଲଲହଡା
ଦକ୍ଷତା ବିକାଶ କେନ୍ଦ୍ର ର ମରାମତି ପାଇଁ ବିଭାଗ କୁ ଚିଠି ଲେଖା ଯାଇଛି ଖୁବ ଶୀଘ୍ର ଏହାର କାମ ଆରମ୍ଭ ହେବ ଏବଂ ତାଲିମ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଜିଲ୍ଲା ଏମ୍ପ୍ଲୋୟମେଣ୍ଟ ଏବଂ ଦକ୍ଷତାବିକାଶ ଅଧିକାରୀ ଦେବାଶିଷ ସାହୁ ସୂଚନା ଦେଇଛନ୍ତି I