“ପୁରାତନ ଛାତ୍ର ସଂସଦର କର୍ମକର୍ତ୍ତା ଚୟନ”

ବାରିପଦା, ୨।୩ (କଳିଙ୍ଗ ପ୍ରଭା ଟିଭି ): ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟ ରସାୟନ ବିଭାଗର ପୁରାତନ ଛାତ୍ର ସଂସଦର ନୂତନ କର୍ମକର୍ତ୍ତା ଚୟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନୂତନ ଭାବେ ଉତ୍କଳମଣି ଗୋପବନ୍ଧୁ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ସରୋଜ ନାୟକ ଉପସଭାପତି ଓ ବିଶ୍ଵବିଦ୍ୟାଳୟର ସହକାରୀ ପ୍ରଫେସର ଡକ୍ଟର ଆଶିଷ କୁମାର ଜେନା ଯୁଗ୍ମ ସମ୍ପାଦକ ଭାବେ ସର୍ବସମ୍ମତି କ୍ରମେ ମନୋନୀତ ହୋଇଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟର ପ୍ରାକ୍ତନ ରାସାୟନିକ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ନିଗମାନନ୍ଦ ଦାସ ସଭାପତି, ବିଶ୍ବବିଦ୍ୟାଳୟ ରସାୟନ ବିଜ୍ଞାନ ମୁଖ୍ୟ ପ୍ରଫେସର ଡକ୍ଟର ପ୍ରମୋଦ କୁମାର ଶତପଥୀ ସମ୍ପାଦକ, ନ‌ଳଗଜା କଲେଜର ପ୍ରାଧ୍ୟାପକ ଡକ୍ଟର ଦେବେଶ ହୋତା ଯୁଗ୍ମ ସମ୍ପାଦକ, ଡକ୍ଟର ଭବାନୀ ମହାନ୍ତ କୋଷାଧ୍ୟକ୍ଷ, ପ୍ରଫେସର ଡକ୍ଟର ରାଜେଶ ସିଂ ଉପଦେଷ୍ଟା ଭାବେ ପୁନଃ ମନୋନୀତ ହୋଇଛନ୍ତି | ସଭାପତି ପ୍ରଫେସର ନିଗମାନନ୍ଦ ଦାସଙ୍କ ସଭାପତିତ୍ବରେ ଆୟୋଜିତ ପୁରାତନ ଛାତ୍ର ସଂସଦ ବୈଠକରେ ବିଶ୍ଵବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗର ସର୍ବାଙ୍ଗୀନ ବିକାଶ ପାଇଁ ବିଭିନ୍ନ ପ୍ରସ୍ତାବ ମାନ ଆଗତ ଓ ଗୃହୀତ ହୋଇଥିଲା | ପୁରାତନ ଛାତ୍ରସଂସଦ ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ କଲେଜର ରସାୟନ ବିଜ୍ଞାନ ବିଭାଗ ସହ ସହଭାଗିତାରେ ସେମିନାର ଆୟୋଜନ କରିବ ବୋଲି ଡକ୍ଟର ଦେବେଶ ହୋତା ବକ୍ତବ୍ୟରେ ଦର୍ଶାଇ ଥିଲେ। ପୁରାତନ ଛାତ୍ର ଡକ୍ଟର ମୁରାରୀଲାଲ୍ ବାରିକ, ଡକ୍ଟର ସରୋଜ ନାୟକ, ଡକ୍ଟର ଚନ୍ଦନ ପାଲ, ଡକ୍ଟର ଦୀନେଶ ନାୟକ, ଡକ୍ଟର ନୀଳିମା ତ୍ରିପାଠୀ, ଡକ୍ଟର ଭବାନୀ ମହାନ୍ତ, ନିବେଦିତା ଅଢେକ, ଶତାବ୍ଦୀ ତନୟା ସାହୁ, ଲଳିତ କୁମାର ପ୍ରଧାନ, ବିଶ୍ବଜିତ ମହାପାତ୍ର ପ୍ରମୁଖ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ସଭାପତି ପ୍ରଫେସର ଦାସ ୧ ଲକ୍ଷ ୫ ହଜାର ଟଙ୍କା ପୁରାତନ ଛାତ୍ର ସଂସଦ ପାଣ୍ଠିକୁ ପ୍ରଦାନ କରି ବିଭାଗର ଉତ୍ତରତ୍ତୋର ଉନ୍ନତି କାମନା କରିଛନ୍ତି। ବୈଠକ ଶେଷରେ ବିଭାଗର ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା |
ଇତି।
ଦୀନବନ୍ଧୁ ବାରିକ ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି

Leave a Reply

Your email address will not be published. Required fields are marked *