” ରୌଦ୍ରଦାପ କ୍ରମଶଃ ବୃଦ୍ଧିଆଶଙ୍କାରେ ଜଳକ୍ଳୀଷ୍ଟ ଅଂଚଳବାସୀଙ୍କୁ ମୟୂରଭଞ୍ଜ ଜିଲ୍ଲା ପ୍ରଶାସନର ପରାମର୍ଶ “

ବାରିପଦା ତା୫\୩ : ଗ୍ରୀଷ୍ମ ପ୍ରବାହ ଆଗମନ ତଥା ରୌଦ୍ର ତାପର କ୍ରମଶଃ ବୃଦ୍ଧି ଫଳରେ ସମ୍ପ୍ରତି ଛୋଟ ଛୋଟ ପୋଖରୀ, ଗଡିଆ ଓ ଅନ୍ୟାନ୍ୟ ଜଳାଶୟ ମାନ ଶୁଷ୍କ ହୋଇ ଯାଉଥିବା ରୁ ମୁକ୍ତ ବିହଙ୍ଗ ତଥା ବୁଲା ପ୍ରାଣୀ ମାନେ ସେମାନଙ୍କ ତୃଷା ମେଣ୍ଟାଇବା ନିମନ୍ତେ ପରିଷ୍କାର ଜଳ ପାଇପାରୁ ନାହାନ୍ତି. ତେଣୁ “ଜୀବେ ଦୟା” ମନୋଭାବ ରଖି ପ୍ରାଣୀ ପ୍ରେମୀ ତଥା ସମସ୍ତ ଜନସାଧାରଣ ଙ୍କୁ ସଚେତନ ପୂର୍ବକ ପରାମର୍ଶ ଦିଆଯାଉଛି କି ଏହି ମୁକ୍ତ ବିହଙ୍ଗ ତଥା ବୁଲା ପ୍ରାଣୀ ମାନଙ୍କ ନିମନ୍ତେ ଗ୍ରୀଷ୍ମ ପ୍ରବାହ ସମୟ ରେ ନିଜ ନିଜ ଘର ସମ୍ମୁଖରେ ପାତ୍ର ରେ କିଛି କିଛି ଜଳ ରଖିବା ସହିତ ଘର ଛାତ ଉପରେ ମଧ୍ୟ ପାତ୍ରରେ ଜଳ ରଖିବା ପାଇଁ ଯତ୍ନବାନ ହୁଅନ୍ତୁ ଏବଂ ପ୍ରାଣୀ ଙ୍କ ଜୀବନ ରକ୍ଷା ରେ ସହାୟକ ହୁଅନ୍ତୁ।ଇତି।
ଦୀନବନ୍ଧୁ ବାରିକ (ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧି)

Leave a Reply

Your email address will not be published. Required fields are marked *