ନବରଙ୍ଗପୁର ପୋଲିସ ଦ୍ଵାରା ଜନସମ୍ପର୍କ ଶିବିର।


Date – 28/02/25
Place – ଉମରକୋଟ
Anchor – ନବରଙ୍ଗପୁର ଓ ଉମରକୋଟ ପୋଲିସର ମିଳିତ ଅନକୁଲ୍ୟରେ ଆଜି ଉମରକୋଟ ବ୍ଲକ କୁର୍ଶି ପଞ୍ଚାୟତର ପଦମଝରି ଗ୍ରାମରେ ଜନସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିର ପ୍ରାରମ୍ଭରେ ଗ୍ରାମବାସୀଙ୍କ ଦ୍ଵାରା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡାଙ୍କୁ ପାରମ୍ପରିକ ଭାବେ ସ୍ବାଗତ କରି ସଭାସ୍ଥଳକୁ ପାଛୋଟି ନିଆଯାଇଥିଲା। ପରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ଭଲିବଲ ଓ କ୍ରିକେଟ ମ୍ୟାଚ ଉଦଘାଟନ କରାଯାଇ ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ଗୀତ, ନାଚ ଓ ଗ୍ରାମବାସୀଙ୍କ ଦ୍ଵାରା ସଂକୀର୍ତ୍ତନ ପରିବେଷଣ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଙ୍କ ସହ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶୁଭେନ୍ଦୁ ଶବର, ଆସିଷ୍ଟାଣ୍ଟ କମଣ୍ଡାଟ (ଆଣ୍ଟୀ ନକ୍ସଲ ସ୍କାର୍ଡ) ସତ୍ୟ ରଞ୍ଜନ ପାଲ, ଉମରକୋଟ ଭାରପ୍ରାପ୍ତ ଥାନା ଅଧିକାରୀ ଶିବଜି କୁମାର ପଣ୍ଡା, ଏସଆଇ ଅକ୍ଷୟ କୁମାର ମିଶ୍ର ଓ ଡିଭିଏଫ୍ ଯବାନ ସାମିଲ ଥିଲେ। ଶିବିରରେ ଗ୍ରାମବାସୀ ମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସହ ମାଗଣା ଔଷଧ ବଣ୍ଟନ ସହ ମହିଳା ମାନଙ୍କ ପାଇଁ ଶାଢ଼ୀ, ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପାଠ୍ୟ ଉପକରଣ, ଯୁବକ ମାନଙ୍କ ପାଇଁ ଖେଳ ସାମଗ୍ରୀ ଓ ବୃଦ୍ଧା ଙ୍କ ପାଇଁ କମ୍ବଳ, ଛତା, ସୋଲାର ଲାଇଟ ଇତ୍ୟାଦି ଅତିଥି ମାନଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା। ସମସ୍ତ ଗ୍ରାମବାସୀ ମାନଙ୍କ ପାଇଁ ଭୋଜନ ର ବ୍ୟବସ୍ଥା କରି ସମସ୍ତଙ୍କୁ ନିକଟତର ହୋଇ ସାହାଯ୍ୟ ସହଯୋଗର ହାତ ବଢ଼ାଇବାକୁ ଆରକ୍ଷୀ ଅଧିକ୍ଷକ ମିହିର କୁମାର ପଣ୍ଡା ନିବେଦନ କରିଥିଲେ।

ଉମେରକୋଟ ରୁ ସନ୍ତୋଷ ଦଳାଇ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *