ରାୟଗଡ଼଼ା ଜିଲ୍ଲାରେ ଚଳିତ ବର୍ଷ ୫୯ଟି କେନ୍ଦ୍ରରେ ୧୦ ହଜାର ୫୮୮ ଜଣ ମାଟ୍ରିକ ପରୀକ୍ଷା ଦେବେ।

ରାୟଗଡ-ସୁରେନ୍ଦ୍ର କୁମାର ରଥ-ଆଜି ଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ରାୟଗଡ଼଼ା ଜିଲ୍ଲାରେ ଚଳିତ ବର୍ଷ ୫୯ଟି କେନ୍ଦ୍ରରେ ୧୦ ହଜାର ୫୮୮ ଜଣ ପରୀକ୍ଷା ଦେବେ। ୫୮ଟି ପରୀକ୍ଷା କେନ୍ଦ୍ରରେ ୧୦ ହଜାର ୩୪୦ ଜଣ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଉଥିବା ବେଳେ ରାୟଗଡ଼଼ାରେ ଆଉ ଏକ ପରୀକ୍ଷା କେନ୍ଦ୍ରରେ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌‌ ପରୀକ୍ଷା ଦେବେ ୨୪୮ ଜଣ ଛାତ୍ରଛାତ୍ରୀ। ଫେବୃଆରୀ ୨୧ ତାରିଖରୁ ମାର୍ଚ୍ଚ ୬ ତାରିଖ ଯାଏ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରତିଦିନ ସକାଳ ୯ଟାରୁ ସାଢେ ୧୧ଟା ଯାଏ ପରୀକ୍ଷା ଅନୁଷ୍ଠିତ ହେବ। ତେବେ ଗଣିତ ବିଷୟରେ ଅଧିକ ୧୫ ମିନିଟ୍‌‌ ଅର୍ଥାତ୍‌‌ ୧୧ଟା ୪୫ ମିନିଟରେ ପରୀକ୍ଷା ଶେଷ ହେବ ବୋଲି ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଥିବା ବେଳେ ପରୀକ୍ଷାକୁ ନେଇ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରସୋରରେ ଚାଲିଥିଲା । ରାୟଗଡ଼଼ା ଜିଲ୍ଲାର ୧୧ଟି ବ୍ଲକର ମୁଖ୍ୟାଳୟରେ ୧୧ଟି ନୋଡାଲ ସେଣ୍ଟର କରାଯାଇଛି। ସବୁ ନୋଡାଲ ସେଣ୍ଟରରେ ପରୀକ୍ଷା ଆରମ୍ଭ ହେବାର ୫ ଦିନ ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଆସି ପହଞ୍ଚିଛି । ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲାଗିଛି। କପି ରୋକିବାକୁ ତ୍ରିସ୍ତରୀୟ ସ୍ୱାର୍ଡ ଗଠନ କରାଯାଇଛି। ଚଳିତ ବର୍ଷ ଗଣଶିକ୍ଷା ବିଭାଗର ୧୫୯ଟି ସ୍କୁଲ, ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର ୪୪ଟି ସ୍କୁଲ ଓ ୪ଟି ଶିଶୁ ମନ୍ଦିରର ଛାତ୍ରଛାତ୍ରୀମାନେ ମାଟ୍ରିକ୍‌‌ ପରୀକ୍ଷା ଦେବେ ବୋଲି ଜିଲ୍ଲା ସମଗ୍ର ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ ରାମଚନ୍ଦ୍ର ନାହକ।

Leave a Reply

Your email address will not be published. Required fields are marked *