
ଆଜିର ସକାଳ
ଆହା କି ସୁନ୍ଦର
ସୁରୁଜ ର ନବ କିରଣ
ପକ୍ଷୀ ମାନଙ୍କର
କା କେଳି ରାବରେ
ହସି ଉଠୁ ଥିଲା ଭୂବନ —–
ରାମୁ କାକା ଙ୍କର
ଚା ଦୋକାନରେ
ଭିଡ ଜମେ ନିତିଦିନ
ଖବର କାଗଜ
ପଢ଼ିବା ଦେଖିବା
ଗୁଲୀ ଖଟି ଗପ ମାନ —-
ମନ୍ଦିର ପ୍ରାଙ୍ଗଣୁ
ଭାସି ଆସୁଥିଲା
ଘଣ୍ଟା ଶବଦ ର ସ୍ୱନ୍
ଓଁ କାର ଶବଦେ
କମ୍ପି ଉଠୁ ଥିଲା
ଏହି ମରତ ଭୂବନ —-
ଛାତ ପରେବସି
ଦେଖୁଥିଲି ମୁହିଁ
ସକାଳ ର ଦୃଶ୍ୟ ମାନ
ଆହା କି ମଧୁର
ଆଜିର ସକାଳ
ସତେକି ବନ୍ଧୁ ମିଳନ
ସତେକି ବନ୍ଧୁ ମିଳନ ——
————***———
ନିରୂପମା ସ୍ୱାଇଁ
ବାରିପଦା