


ପାରାଦୀପ – ସେବା ଓ ଆଧ୍ୟାତ୍ମିକ ପ୍ରଚାର ପ୍ରସାର ଧର୍ମୀ ଅନୁଷ୍ଠାନ ‘ବ୍ୟାସ ଫାଉଣ୍ଡେସନ ଚାରିଟେବୁଲ ଟ୍ରଷ୍ଟ’ ର ପଞ୍ଚମ ବାର୍ଷିକୋତ୍ସବ ଏବଂ ତ୍ରୈମାସିକ ଆଧ୍ୟାତ୍ମିକ ପତ୍ରିକା ‘ଗୀତାଜ୍ଞାନାଞ୍ଜନ’ ର ଏକାଦଶ ସଂସ୍କରଣ ଶୁଭୋନ୍ମୋଚନ ଓ ଲୋକାର୍ପଣ ଉତ୍ସବ ଏବଂ ପ୍ରତିଭା ପୂଜନ ସମାରୋହ ପାରାଦୀପ ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ରବିବାର ଦିନ ଆଡମ୍ବର ସହକାରେ ପାଳିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ସଭାପତିତ୍ବ କରିଥିବାବେଳେ ବରେଣ୍ୟ ଅତିଥି ଭାବେ ବିଶିଷ୍ଠ ସନ୍ଥ ଡ. ଶ୍ରୁତି ସାଗରାନନ୍ଦ ଜୀ ମହାରାଜ, ମାନ୍ୟବର ଶିଳ୍ପ,ଦକ୍ଷତା ବିକାଶ ତଥା ଵୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ , ଶ୍ରୀ ସତ୍ୟ ସାଇ ଟ୍ରଷ୍ଟ , ଓଡ଼ିଶା ରାଜ୍ୟନ୍ୟାସୀ ଅନ୍ତର୍ଯ୍ୟାମୀ ପଟ୍ଟନାୟକ, ଓ.ଟିଭି ( ପ୍ରାର୍ଥନା) ର କାର୍ଯକାରୀ ପ୍ରଯୋଜକ ଅଭିନନ୍ଦନ ଦାସ , ବୁଦ୍ଧିଜୀବୀ ଫୋରମ୍ , ନୂଆ ଦିଲ୍ଲୀ ର ଆବାହକ ଦେବେନ୍ଦ୍ର କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ । ସଂଗଠନ ତରଫରୁ ବରେଣ୍ୟ ଅତିଥି ମାନଙ୍କୁ ମଞ୍ଚରେ ଫୁଲତୋଡ଼ା , ଉତ୍ତରୀୟ ପ୍ରଦାନ ପୂର୍ବକ ସ୍ଵlଗତ କରାଯାଇଥିଲା । ପ୍ରଦୀପ ପ୍ରଜ୍ବଳନ ଓ ବେଦ ମନ୍ତ୍ର ଧ୍ବନିରେ ସଂଗଠନର ଉପଦେଷ୍ଟା ଅଧ୍ୟାପକ ପ୍ରଶାନ୍ତ କୁମାର ଶତପଥୀ ପ୍ରତିଧ୍ଵନିତ୍ବ ରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ମଞ୍ଚ ଉପସ୍ଥାପକ ତଥା ବ୍ୟାସ ଫାଉଣ୍ଡେସନ ର ସଭାପତି ପଣ୍ଡିତ ଡ. ସିଦ୍ଧେଶ୍ୱର ପଣ୍ଡା ଙ୍କ ଦ୍ଵାରା ସଂଗଠନ ସମ୍ପର୍କିତ ପ୍ରାକ୍ ଆଭିମୁଖ୍ୟ , ସଂଗଠନର ଲକ୍ଷ୍ୟ ଓ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଥିଲା । ଅତିଥି ମାନଙ୍କ ପବିତ୍ର କର ସ୍ପର୍ଶରେ ଗୀତା ଜ୍ଞାନାଞ୍ଜନ ଆଧ୍ୟାତ୍ମିକ ପତ୍ରିକାର ଏକାଦଶ ସଂଖ୍ୟା ଉନ୍ମୋଚିତ ହୋଇ ଉପସ୍ଥିତ ଶୁଭେଚ୍ଛୁ ମାନଙ୍କୁ ବଣ୍ଟନ କରାଯାଇଥିଲା । ପତ୍ରିକାର ଯୁଗ୍ମ ସମ୍ପାଦକ ନଗେନ୍ଦ୍ରନାଥ ସ୍ୱାଇଁ , କାର୍ଯକାରୀ ସଭାପତି ବିବେକାନନ୍ଦ ହୋତା , ଉପ ସଭାପତି ରଶ୍ମିତା ନାୟକ , ସଂଗଠନ ସମ୍ପାଦକ ଡ. ସୁନାକର ବେହେରା , ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁମାର ମଲ୍ଲିକ ପ୍ରମୁଖ ସଂଗଠନର ଲକ୍ଷ୍ୟ ଓ ସ୍ବପ୍ନ ସମ୍ପର୍କରେ ଉପସ୍ଥାପନ କରିଥିଲେ । ସଂଗଠନର ଅଧ୍ୟକ୍ଷା ଶ୍ରୀମତୀ ସ୍ନେହମୟୀ ଆଚାର୍ଯ୍ୟ ‘ଆମ ସଂଗଠନ ଓ ଆମ ଦାୟିତ୍ଵ’ ଶୀର୍ଷକ ବାର୍ଷିକ ବିବରଣୀ ପାଠ କରିଥିଲେ । ଏଠାରେ ସ୍ମରଣ ଯୋଗ୍ୟ ବ୍ୟାସ ଫାଉଣ୍ଡେସନର ପରିକଳ୍ପିତ ସ୍ବପ୍ନ ଏକ ‘ବ୍ୟାସ ବିଷ୍ଣୁ ସ୍ନେହାଳୟ (ଜରlଶ୍ରମ) ନିର୍ମାଣ, ଏକ ବ୍ୟାସ ମନ୍ଦିର ନିର୍ମାଣ ନିମନ୍ତେ ପ୍ରତିବନ୍ଧକ ଥିବା ଜମିକୁ ନାଳିଆପାଳ ଗ୍ରାମର ବରିଷ୍ଠ ନାଗରିକ , ସମାଜସେବୀ ବିଷ୍ଣୁ ଚରଣ ସ୍ୱାଇଁ ଗତ ଫେବୃଆରୀ ୧୪ ତାରିଖରେ ସଂଗଠନ ନାମରେ ୧୦ ଗୁଣ୍ଠ ଜମି ଦାନ ପୂର୍ବକ ରେଜିଷ୍ଟ୍ରେସନ କରାଇଛନ୍ତି । ଏଭଳି ଜଣେ ପୁଣ୍ୟାତ୍ମା ଙ୍କୁ ମାନପତ୍ର , ପୁଷ୍ପ ଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ବିଷ୍ଣୁ ମଉସା ମଞ୍ଚ ଉପରେ କୋହ ଭରା କଣ୍ଠରେ ସଂଗଠନର ଜରlଶ୍ରମ ଓ ବ୍ୟାସ ମନ୍ଦିର ସ୍ବପ୍ନକୁ ସାକାର କରିବା ପାଇଁ ଉପସ୍ଥିତ ମାନ୍ୟବର ମନ୍ତ୍ରୀ ମହୋଦୟ ଅନୁରୋଧ କରିଥିଲେ । ବରେଣ୍ୟ ଅତିଥି ମାନେ ନିଜ ନିଜ ଅଭିଭାଷଣ ରେ ସଂଗଠନର ପ୍ରତିଦିନର ବହୁବିଧ ସେବା କାର୍ଯ୍ୟକୁ ପ୍ରଶଂସା କରିଥିଲେ । ମlନ୍ୟବର ମନ୍ତ୍ରୀ ସଂଗଠନର ଆଗାମୀ ପରିକଳ୍ପନାରେ ସାହାଯ୍ୟ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ବିଶେଷ ଭାବେ ଉକ୍ତ ମଞ୍ଚରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ୩୦ ଜଣ ବ୍ୟକ୍ତିଙ୍କୁ ବ୍ୟାସ ସେବା , ବ୍ୟାସ ପ୍ରତିଭା , ବ୍ୟାସ ଆଦର୍ଶ ଦମ୍ପତି – ଚକୋର ଚକୋରୀ ଓ ବ୍ୟାସ ପୁତ୍ର ସମ୍ମାନ ପ୍ରଦାନ କରାଯାଇଥିଲା । ମାନ୍ୟବର ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ” ସ୍ମୃତି ଆମ ଶ୍ରଦ୍ଧା ଓ ସମ୍ମାନର” ଫଳକ ସଂଗଠନ ତରଫରୁ ପ୍ରଦାନ କରାଯାଇଥିଲା । କାର୍ଯକ୍ରମ ରେ ଜିଲ୍ଲା ର ବିବିଧ ଅଞ୍ଚଳରୁ ପାଖାପାଖି ୩୦୦ ଜଣ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂଠନର ସକ୍ରିୟ କର୍ମୀ ରାକେଶ ପଟ୍ଟନାୟକ , ଶ୍ରୀମତୀ ବନ୍ଦିତା ସୁଭଦର୍ଶିନୀ , ବ୍ରହ୍ମଚାରୀ ପ୍ରମୋଦ କର , ସଂଗ୍ରାମ ନାୟକ , ବିପିନ ମlଝି , ପ୍ରୀତିମୟୀ ଆଚାର୍ଯ୍ୟ , କ୍ଷେତ୍ରମୋହନ ଦାସ , ସୁରେଶ ଚନ୍ଦ୍ର ଦାସ ,ଗଗନ ବିହାରୀ ପୃଷ୍ଟି, ଅକ୍ଷୟ କୁମାର ସାହୁ କ୍ୟାପଟେନ ଜ୍ଞାନଜ ସାମନ୍ତରାୟ , ରମାକାନ୍ତ ରାଉଳ , ରଂଜନ କୁମାର ପ୍ରଧାନ , ଆକାଶ କୁମାର ପ୍ରଧାନ , ହୃଷୀକେଶ ନନ୍ଦ , ଯଶୋବନ୍ତ ରାଉତ , ହେମନ୍ତ କୁମାର ନାୟକ , ନନ୍ଦିନୀ ପଣ୍ଡା , ମିହିର ରଂଜନ ସାହୁ ,ଉମାକାନ୍ତ ନାୟକ , ପବିତ୍ର କୁମାର କର , ସଂଗ୍ରାମ ମନ୍ତ୍ରୀ , ପ୍ରଫୁଲ୍ଲ କୁମାର ଷଡଙ୍ଗୀ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।