
କଟକ :: କଟକ ସ୍ଥାନୀୟ ବାଲିସାହି, ନୂଆପଡା ଓ୍ବାଡ ନଂ ୫୧ ଅନ୍ତର୍ଗତ ବାଲି ସାହି କଳିଙ୍ଗ ଭାରତୀ ଚାରି ଟେବୁଲ୍ ଟ୍ରଷ୍ଟ ଚାନ୍ଦିନୀଚୌକ ତରଫରୁ ଏକ ମେଗା ସ୍ବାସ୍ଥ୍ୟମେଳାର ଆୟୋଜନ କରାଯାଇଥିଲା। ମୂଖ୍ୟ ଅତିଥି ଭାବେ କଳିଙ୍ଗ ରତ୍ନ ବ୍ରହ୍ମାନନ୍ଦ ମହାନ୍ତି, ମୂଖ୍ୟ ବକ୍ତା ୫୧ ନଂ ୱାଡ଼ର୍ କର୍ପୋରେଟର ରାକେଶ ସ୍ବାଇଁ, ଡଃ ଅଜୟ ମହାନ୍ତି, ଡଃ ରାକେଶ ଚନ୍ଦ୍ର ଜେନାଙ୍କ ସମେତ ସ୍ଥାନୀୟ ଅଂଚଳର ଅନେକ ବୁଦ୍ଧିଜୀବୀ ମାନେ ଉପସ୍ଥିତ ରହି ସ୍ବାସ୍ଥ୍ୟ ମେଳାକୁ ପରିଚାଳନା କରିଥିଲେ। ଏହି ସ୍ବାସ୍ଥ୍ୟ ମେଳାରେ ହୋମେୟ ପାଥି ଚିକିତ୍ସା ଉପରେ ଗୁରୁତ୍ବ ଦିଆଯିବା ସହିତ ବିନାମୂଲ୍ୟରେ ଔଷଧ ବିତରଣ କରିଥିଲେ। ଟ୍ରଷ୍ଟର ଟ୍ରଷ୍ଟି କାର୍ତ୍ତିକେଶର ପାଣି ସହିତ ଚିତ୍ତରଞ୍ଜନ ପାଢି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ରୋଗୀ ମାନଙ୍କୁ ଔଷଧ ବିତରଣ କରିଥିଲେ