ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗର, ଆଲୋଚନା ଚକ୍ର 

ଚଣ୍ଡିଖୋଲ ୧୩/୨( କ ଵ୍ୟୁ)ବଡଚଣା ବ୍ଲକ୍ ଅନ୍ତର୍ଗତ ନୂଆ ହାଟ ସ୍ଥିତ ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ଆନୁକୂଲ୍ୟରେ “ଉପେନ୍ଦ୍ରଭଞ୍ଜ ଙ୍କ କାବ୍ୟ କଳା ରେ ସାମାଜିକ ମୂଲ୍ୟବୋଧ” ଶୀର୍ଷକ ଏକ ଆଲୋଚନା ଚକ୍ର ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ କୁମାର ବରାଳ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟା ଅତିଥି ଭାବେ ଅନୁଷ୍ଠାନର ଅଧକ୍ଷ ପ୍ରାଧ୍ୟାପକ ପବିତ୍ରମୋହନ ମାହା ଲା , ମୁଖ୍ୟ ବକ୍ତା ଭାବେ ବିଷୟ ବିଶେଷଜ୍ଞ କଲଣ ସ୍ଥିତ ମଧୁପୁର ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ର ପ୍ରାକ୍ତନ ପ୍ରାଧ୍ୟାପକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଉଦ୍ଘାଟନ କରିଥିଲେ। ବିଭାଗୀୟ ମୁଖ୍ୟ ପ୍ରଦୀପ କୁମାର ବରାଳ ସ୍ଵାଗତ ଭାଷଣ ଦେଇ ଆଲୋଚନା ଚକ୍ର ର ବୈଶିଷ୍ଟ୍ୟ ଓ ଉପେନ୍ଦ୍ର କାବ୍ୟଧାରା ର ମହନୀୟ ଦିଗ କିପରି ଜନମାନସ କୁ ଆଜିବି ଆନନ୍ଦିତ କରୁଛି ତାହା ଦର୍ଶାଇ ଥିଲେ। ମୁଖ୍ୟ ଅତିଥି ଶ୍ରୀ ମାହାଲା ଭଞ୍ଜୀୟ ବିଚାରଧାରା କିପରି ଅନ୍ୟ ବହୁ କବି ଙ୍କୁ ପ୍ରଭାବିତ କରିଛି ତଥା ସାହିତ୍ୟରେ ମୂଲ୍ୟବୋଧ ରହିବାର ବିଶେଷତ୍ଵ ର କାରଣ ସମ୍ପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ବକ୍ତା ଶ୍ରୀ ପଣ୍ଡା ଉତୀୟ କାବ୍ୟକଳାର ସାମାଜିକତା କିପରି ପ୍ରତି କ୍ଷେତ୍ରରେ ଚିର।ୟୀତ ହୋଇ ଆଦର୍ଶ ଜୀବନର ପ୍ରତିଛବି ସୃଷ୍ଟି କରିଛି ଓ ପାଠକ ପ୍ରାଣରେ କିଭଳି ରସ ସଞ୍ଚାର କରିପାରିଛି ତାହା ସଦୃଷ୍ଟ।ନ୍ତ ଆଲୋଚନା କରିଥିଲେ। ବିଭାଗୀୟ ଅଧ୍ୟାପକ ଡକ୍ତର ଦୀପକ କୁମାର ମିଶ୍ର ସ୍ବରଚିତ ସନ୍ଦର୍ଭ ଉପସ୍ଥାପନା କରି ଭଞ୍ଜ ସାହିତ୍ୟର ଅନନ୍ୟତା ଓ ବିଚାରବୋଧ ର ମହତ୍ତ୍ୱକୁ ଆଲୋଚନା କରିଥିଲେ।+୩ପ୍ରଥମ ବର୍ଷ ଛାତ୍ର ଲକ୍ଷ୍ମୀଧର ଦାସ ଓ+୩ତୃତୀୟ ବର୍ଷ ଛାତ୍ରୀ ସୋନାଲିକା ରାଉତ ନିଜନିଜର ସନ୍ଦର୍ଭ ପାଠ କରିଥିଲେ। ବିଭାଗୀୟ ଅଧ୍ୟାପକ କିଶୋର କୁମାର ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ଡକ୍ଟର ସରିତା ସେଠୀ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରାଧ୍ୟାପକ ପ୍ରମୋଦ କୁମାର ଖଣ୍ଡାୟୀ, ନାରାୟଣ ଚନ୍ଦ୍ର ମୁଦୁଲି, ଶାନ୍ତନୁ କୁମାର ରାଉତରାୟ,ଡକ୍

Leave a Reply

Your email address will not be published. Required fields are marked *