
ଚଣ୍ଡିଖୋଲ ୧୧/୨(କ ବ୍ୟୁ) ବଡଚଣା ଶିକ୍ଷା ମଣ୍ଡଳ ଅଧିନସ୍ଥ ଚଣ୍ଡିଖୋଲ ସ୍ଥିତ ବାବା ଭୈରବାନନ୍ଦ ସ୍ଵୟଂ ଶାସିତ ମହାବିଦ୍ୟାଳୟ ର ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ “ଭାଷାର ଇତିହାସ ଓ ଆମ ଭାଷା”ଶୀର୍ଷକ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟ ସ୍ଥିତ ସିଲଭର ଜୁବୁଲି କକ୍ଷରେ ଅନୁଷ୍ଟିତ ହେଇଯାଇଛି। ବିଭାଗୀୟ ମୁଖ୍ୟ ଅଧ୍ୟାପିକା ସୁକେସିନୀ ସାମଲ ଙ୍କ ସଭାପତିତ୍ବରେ ଆୟୋଜିତ ଏହି ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ କଲେଜ୍ ର ଅଧ୍ୟକ୍ଷ ଡକ୍ଟର ପ୍ରସନ୍ନ କୁମାର ମହାପାତ୍ର ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ରେଭେନ୍ସା ମହାବିଦ୍ୟାଳୟ କଟକ ର ଅବସର ପ୍ରାପ୍ତ ପ୍ରଫେସର୍ ଡକ୍ଟର ନଟବର ଶତପଥୀ ଓ ସମ୍ମାନିତ ବକ୍ତା ଭାବେ ମୌଲାନl ଅବଦୁଲ କାଲାମ ଆଜାଦ୍ ବହୁମୁଖି ମହାବିଦ୍ୟାଳୟ କଟକ ର ଡକ୍ଟର କ୍ଷୀରୋଦ କୁମାର ସାହୁ ଯୋଗଦେଇ ଭାଷାର ବିକାଶକ୍ରମ, ସ୍ୱରୂପ, ବିଶ୍ଵଭାଷା ପରିବାର ଏବଂ ଓଡ଼ିଆ ଭାଷାର ଇତିହାସ ଉପରେ ଆଲୋକପାତ କରିଥିଲେ। ଅଧ୍ୟାପକ ବିରଞ୍ଚି ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପକ ବିଜୟ କେତନ ସାମଲ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅଧ୍ୟାପିକା ଦିପ୍ତିମୟୀ ନାୟକ,ଡକ୍ଟର ଡଲିନ୍ ବାଳl ସାମଲ, ରାଜନୀତି ବିଜ୍ଞାନ ର ଡକ୍ଟର ସଞ୍ଜୟ ରାୟ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।